www.samajalive.in
Saturday, December 6, 2025
15.1 C
Bhubaneswar

ବଢିଲା ସାମ୍ବାଦିକଙ୍କ ପେନ୍‌ସନ୍‌ – ସରକାରଙ୍କ ବଡ ଘୋଷଣା

ପାଟନା : ସାମ୍ବାଦିକଙ୍କ ପାଇଁ ଖୁସି ଖବର । ବଢିଲା ସାମ୍ବାଦିକଙ୍କ ପେନ୍‌ସନ୍‌ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଉ ଏକ ଭେଟି ଦେଇଛନ୍ତି । ସାମାଜିକ ସୁରକ୍ଷା ପେନ୍‌ସନ୍‌ ପରେ ଏବେ ମାନ୍ୟତାପ୍ରାପ୍ତ ସାମ୍ବାଦିକଙ୍କୁ ବିହାର ‘ସାମ୍ବାଦିକ ସମ୍ମାନ ପେନ୍‌ସନ୍‌ ଯୋଜନା’ର ରାଶି ମଧ୍ୟ ବୃଦ୍ଧି ହୋଇଛି । ବର୍ତ୍ତମାନ ସାମ୍ବାଦିକ ସମ୍ମାନ ଯୋଜନା ପେନ୍‌ସନ୍‌ ଅନୁଯାୟୀ, ୬ ହଜାର ବଦଳରେ ୧୫ ହଜାର ପ୍ରତି ମାସରେ ମିଳିବ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ୍ସରେ ଏନେଇ ସୂଚନା ଦେଇଛନ୍ତି । ଏହାସହ ଏହି ଯୋଜନା ଅନୁଯାୟୀ, ପେନ୍‌ସନ୍‌ ପାଉଥିବା ସାମ୍ବାଦିକଙ୍କ ମୃତ୍ୟୁ ହେବା ପରେ ତାଙ୍କର ପତି/ପତ୍ନୀଙ୍କୁ ମଧ୍ୟ ୩ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ଲ୍ଲଭ ରାଜଯୋଗ :ଏହି ରାଶିଙ୍କ ଉପରେ ବର୍ଷିବ ଶନି-ଶୁକ୍ରଙ୍କ କୃପା, ହଠାତ୍‌ ହେବେ ଧନୀ, କିଣିବେ ଘର,ଗାଡି..

- Advertisement -

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଏହା ଘୋଷଣା କରି ଅତ୍ୟନ୍ତ ଖୁସି ଅନୁଭବ କରୁଛି ଯେ, ବିହାର ସାମ୍ବାଦିକ ସମ୍ମାନ ପେନ୍‌ସନ୍‌ ଯୋଜନା ଅନୁଯାୟୀ ଏବେ ସାମ୍ବାଦିକଙ୍କୁ ପ୍ରତ୍ୟେକ ମାସରେ ୬ ହଜାର ବଦଳରେ ୧୫ ହଜାର ଟଙ୍କା ପେନ୍‌ସନ୍‌ ରାଶି ପ୍ରଦାନ ପ୍ରଦାନ କରାଯିବ । ଏନେଇ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଗଣତନ୍ତ୍ରରେ ସାମ୍ବାଦିକଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଏହାସହ ସାମାଜିକ ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories