www.samajalive.in
Friday, December 5, 2025
26.1 C
Bhubaneswar

 ଆତଙ୍କବାଦକୁ ସମର୍ଥନ କରୁଥିବା ଲୋକଙ୍କୁ ଛଡାଯିବ ନାହିଁ- ସେନା ମୁଖ୍ୟ

ସମାଜ ଡିଜିଟାଲ ଡେସ୍କ:  ଅପରେସନ ସିନ୍ଦୂର ସମୟରେ କରାଯାଇଥିବା ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ପାକିସ୍ତାନକୁ ଏକ ସିଧାସଳଖ ବାର୍ତ୍ତା ଦେଇଥିଲା ଯେ ଯେଉଁମାନେ ଆତଙ୍କବାଦକୁ ସମର୍ଥନ କରନ୍ତି ସେମାନଙ୍କୁ ଛଡାଯିବ ନାହିଁ । ଆଜି କାରଗିଲ୍‍ ବିଜୟ ଦିବସ ଅବସରରେ  ଲଦାଖର ଦ୍ରାସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏଭଳି କହିଛନ୍ତି ଭାରତୀୟ ସେନାର ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ଏକ ଜବାବ ଥିଲା ଅପରେସନ ସିନ୍ଦୂର । ଯାହା ଯେଉଁ ଆକ୍ରମଣ ସମଗ୍ର ଦେଶକୁ ଗଭୀର ଆଘାତ ଦେଇଥିଲା । ଭାରତ ସେହି ଆକ୍ରମଣରେ ଶୋକ ପ୍ରକାଶ କରିବା ସହ ମୁହଁତୋଡ ଜବାବ ମଧ୍ୟ ଦେଇଛି ।
ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ ଶତ୍ରୁକୁ ଜବାବ ଦେବା ସ୍ୱାଭାବିକତା । କାରଗିଲ ବିଜୟ ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚି ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କ ସହିତ ତିନି ସେନା ମୁଖ୍ୟ ମଧ୍ୟ ଉପସ୍ଥିତ ରହିଥିଲେ ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories