www.samajalive.in
Saturday, December 6, 2025
15.1 C
Bhubaneswar

ଥମୁନି ମଣିପୁର ହିଂସା: ସପ୍ତାହରେ ୧୧ ମୃତ, ୫ ଦିନ ଇଣ୍ଟରନେଟ ସେବା ବନ୍ଦ

ଇମ୍ଫାଲ : ମଣିପୁରରେ ପୁଣି ଜାତିଗତ ହିଂସାର ସୂତ୍ରପାତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ପାଞ୍ଚଦିନ ଅର୍ଥାତ୍‌ ଚଳିତମାସ ୧୫ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ସେବାକୁ ବାତିଲ କରାଯାଇଛି। ଏହାବ୍ୟତୀତ ରାଜଧାନୀ ଇମ୍ଫାଲ ଓ ଏହାର ଆଖାପାଖ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଆଜକୁ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମଣିପୁରରେ କୁକି ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଜାତିଆଣ ସଂଘର୍ଷ ଚାଲି ଆସୁଛି। କିଛି ମାସର ବ୍ୟବଧାନ ପରେ ଗତ ସପ୍ତାହରେ ଏହି ହିଂସା ପୁଣି ମୁଣ୍ଡ ଟେକିଛି। ଏଥିରେ ୧୧ ଜଣ ପ୍ରାଣ ହରାଇଥିବାବେଳେ ଆଉ କେତେକ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଙ୍ଗଳବାରଠାରୁ ଇଣ୍ଟରନେଟ ବ୍ୟବସ୍ଥାକୁ ପାଞ୍ଚଦିନ ବନ୍ଦ କରିଛନ୍ତି। ଏଥିଯୋଗୁଁ ବ୍ରଡବ୍ୟାଣ୍ଡ୍‌, ଭିପିଏନ ଏବଂ ଲିଜ୍‌ ଲାଇନ ସେବା ଉପଲବ୍ଧ ହେବ ନାହିଁ ବୋଲି ଜଣାପଡିଛି। ଉଗ୍ରପନ୍ଥୀମାନେ ପ୍ରତିପକ୍ଷ ଗୋଷ୍ଠୀ ଉପରେ ଆକ୍ରମଣ କରିବାକୁ ଡ୍ରୋନ୍‌ ବ୍ୟବହାର କରୁଥିବାରୁ ଏହା ସୁରକ୍ଷା କର୍ମୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗଣ୍ଡଗୋଳକାରୀମାନେ ହ୍ବାଟସଆପ୍‌, ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ, ଟ୍ବିଟର (ଏକ୍ସ) ଭଳି ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରସାରିତ କରୁଥିବାରୁ ରାଜ୍ୟରେ ଶାନ୍ତି ଶୃଙ୍ଖଳା ବାଧାପ୍ରାପ୍ତ ହେଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପୁଲିସ ମହାନିର୍ଦେଶକ ଏବଂ ରାଜ୍ୟ ସରକାରଙ୍କ ସୁରକ୍ଷା ପରାମର୍ଶଦାତାଙ୍କୁ ହଟାଇବା ଦାବି ନେଇ ମଙ୍ଗଳବାର ଛାତ୍ର ଓ ମହିଳା ବିକ୍ଷୋଭକାରୀମାନେ ରାଜଭବନ ଆଡକୁ ଅଗ୍ରସର ହେଉଥିବାବେଳେ ସୁରକ୍ଷା କର୍ମୀଙ୍କ ସହ ସେମାନଙ୍କର ସଂଘର୍ଷ ଘଟିଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ସୁରକ୍ଷା କର୍ମୀଙ୍କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାର ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। କୌଣସି ପ୍ରକାର ଗୁଜବକୁ ବିଶ୍ବାସ ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ମଣିପୁର ପୁୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଯବାନମାନେ ରାତ୍ରୀକାଳୀନ ପାଟ୍ରୋଲିଂକୁ କଡାକଡି କରୁଥିବା ଲକ୍ଷ୍ୟ କରାଯାଇଛି। ରାଜ୍ୟକୁ ପ୍ରବେଶ କରୁଥିବା ସମସ୍ତ ଯାନବାହନକୁ ଭଲଭାବେ ଯାଞ୍ଚ କରାଯାଉଛି। ସୂଚନାଯୋଗ୍ୟ ୨୦୨୩ ମେ’ ୩ରୁ କୁକି ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ଏହି ହିଂସାରେ ଏପର୍ଯ୍ୟନ୍ତ ୨୨୦ ଜଣ ପ୍ରାଣ ହରାଇଥିବା ସରକାରୀଭାବେ କୁହାଯାଇଛି। ଲକ୍ଷାଧିକ ଲୋକ ବାସଚ୍ୟୁତ ହୋଇଥିବାବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇସାରିଲାଣି। ମୈତେଇ ସଂପ୍ରଦାୟ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିବାବେଳେ ଏମାନେ ସମତଳ ଅଞ୍ଚଳରେ ବାସ କରୁଛନ୍ତି। ଅପରପକ୍ଷରେ କୁକି ସଂପ୍ରଦାୟ ଖ୍ରିଷ୍ଟିଆନ ଧର୍ମାବଲମ୍ବୀ ହୋଇଥିବାବେଳେ ସେମାନେ ପାହାଡିଆ ଅଞ୍ଚଳରେ ବାସ କରୁଛନ୍ତି। ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ କୌଣସି ପକ୍ଷ ନିଜ ଜିଦରୁ ଓହରିବାକୁ ପ୍ରସ୍ତୁତ ନ ଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories