www.samajalive.in
Saturday, December 6, 2025
26.1 C
Bhubaneswar

ବଜ୍ରପାତ ନେଲା ଦୁଇ ଚାଷୀଙ୍କ ଜୀବନ

ବେତନଟୀ : ମୟୂରଭଞ୍ଜ ଜିଲା ବେତନଟୀ ଥାନା ଖଡିଶୋଳ ପଞ୍ଚାୟତର ଡୁମାପଦା ଗାଁରେ ଅଭାବନୀୟ ଘଟଣା ଘଟିଛି।  ମଙ୍ଗଳବାର ବଜ୍ରପାତ ଯୋଗୁଁ ଚାଷ ଜମିରେ କାର୍ଯ୍ୟରତ ଦୁଇଜଣ ଚାଷୀଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ ବେତନଟୀ ଥାନା ଭୁଡ଼ୁରବଣୀ ଗାଁର ଗୋବିନ୍ଦ ମହାନ୍ତ ଓ ଶଙ୍ଖଯୋଡ଼ ଗାଁର ରାମ ହାଁସଦାଙ୍କ ପୁଅ ଶିବ ହାଁସଦା। ଲଘୁଚାପଜନିତ ବର୍ଷା ଓ ବଜ୍ରପାତ ଫଳରେ ବିଲରେ କାମ କରୁଥିବା ଦୁଇ ଚାଷୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଗ୍ରାମବାସୀ ଉଭୟଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ  ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଥିବା ଜଣାଯାଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories