www.samajalive.in
Saturday, December 6, 2025
26.1 C
Bhubaneswar

ମଣିପୁରରେ ପୁଣି ହିଂସା: ଥାନା ପୋଡ଼ି ଦେଲେ ଦୁର୍ବୃତ୍ତ

ଇମ୍ଫାଲ : ମଣିପୁରର ଜିରିବାମ୍‌ ଜିଲା ଅଶାନ୍ତ ହୋଇପଡ଼ିଛି। କେତେକ ଦୁର୍ବୃତ୍ତ ଏହି ଅଞ୍ଚଳରେ ଥିବା ଏକାଧିକ ଥାନା ଉପରେ ଆକ୍ରମଣ କରିବା ସହ କେତେକ ଘର ଜାଳି ଦେଇଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ବାରକ୍‌ ନଦୀ ଦେଇ ଡଙ୍ଗା ଯୋଗେ ବହୁସଂଖ୍ୟକ ଦୁର୍ବୃତ୍ତ ଆସି ପ୍ରଥମେ ଛୋଟବେକରା ଅଞ୍ଚଳରେ ଥିବା ଥାନା ଉପରେ ଆକ୍ରମଣ କରିଥିଲେ। ସେମାନେ ଥାନାରେ ବ୍ୟାପକ ଭଙ୍ଗାରୁଜା କରିବା ପରେ ଗାଁକୁ ଯାଇ ଘର ଜାଳିବା ସହ ଗ୍ରାମବାସୀଙ୍କୁ ମାଡ଼ ମାରିଥିଲେ। ପରବର୍ତ୍ତୀ ସମୟରେ ସେମାନେ ଲାମତାଇ ଖୁନାଉ ଓ ମୋଧୁପୁର ଥାନା ଉପରେ ଆକ୍ରମଣ କରିଥିଲେ। ସୂଚାନଥାଉ କି ଜିରିବାମ୍‌ ଜିଲା ଇମ୍ଫାଲ ଠାରୁ ୨୨୦ କିଲୋମିଟର ଦୂରରେ ଥିବା ବେଳେ ଏହାର ସୀମା ଆସାମକୁ ଲାଗିଛି। ଏହି ଅଞ୍ଚଳରେ ବହୁସଂଖ୍ୟକ କୁକି ସମ୍ପ୍ରଦାୟର ଲୋକେ ବାସ କରୁଛନ୍ତି। ସୂଚନାଥାଉ କି ଜିରିବାମ ସହର ନିକଟରେ ଜଣେ ୫୯ବର୍ଷୀୟ ବ୍ୟକ୍ତିଙ୍କୁ କୁକି ସମ୍ପ୍ରଦାୟର ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ସେଠାକାର ପରିସ୍ଥିତି ଅଶାନ୍ତ ହୋଇପଡ଼ିଥିଲା। ସେହି ଅଞ୍ଚଳରେ ରହୁଥିବା ମୈତେଇ ସମ୍ପ୍ରଦାୟର ୨୫୦ଜଣ ବ୍ୟକ୍ତିଙ୍କୁ ଆସାମ ରାଇଫଲ୍‌ସ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା। ଜିରିବାମର ପରିସ୍ଥିତି ଶାନ୍ତ ହେବା ପରେ ମୈତେଇ ସମ୍ପ୍ରଦାୟର ଲୋକେ ନିଜ ବାସସ୍ଥାନକୁ ଫେରିବେ ବୋଲି ଆସାମ ରାଇଫଲ୍‌ସ ତରଫରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଣିପୁର ପୁଲିସ ଯବାନଙ୍କୁ ଜିରିବାମ୍‌ ପଠାଯାଇଥିବା ଜଣାପଡ଼ିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories