କୋପେନ ହେଗେନ୍ : ଶୁକ୍ରବାର ରାତିରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟି ଫ୍ରେଡେରିକ୍ସେନଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି। ତେବେ ଆକ୍ରମଣ ଯୋଗୁଁ ଫ୍ରେଡେରିକ୍ସେନ ଆହତ ହୋଇନଥିବା କୁହାଯାଇଛି। ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ତତ୍କ୍ଷଣାତ ଆକ୍ରମଣ କରିଥିବା ବ୍ୟକ୍ତିକୁ ଗିରଫ କରିଛି। ଆକ୍ରମଣର ଉଦ୍ଦେଶ୍ୟ ଜଣାପଡିନଥିବାବେଳେ ଅଭିଯୁକ୍ତକୁ ଜେରା କରାଯାଉଥିବା ଜଣାପଡିଛି। ତେବେ ଏଭଳି ଆକ୍ରମଣ ଯୋଗୁଁ ଫ୍ରେଡେରିକ୍ସେନ ମାନସିକସ୍ତରରେ ଆଘାତ ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
Popular Categories



