www.samajalive.in
Saturday, December 6, 2025
23.1 C
Bhubaneswar

ରୁଷ୍‌ରୁ ଫେରୁଛି ୪ ଭାରତୀୟ ଛାତ୍ରଙ୍କ ମୃତଦେହ

ମସ୍କୋ : ରୁଷ୍‌ର ଭୋଲଖୋଭ୍‌ ନଦୀରେ ବୁଡି ପ୍ରାଣ ହରାଇଥିବା ଚାରିଜଣ ଭାରତୀୟ ଛାତ୍ରଙ୍କ ମୃତଦେହକୁ ବିମାନ ଯୋଗେ ଭାରତ ଅଣାଯାଉଛି। ମୁମ୍ବଇରେ ପହଞ୍ଚିବା ପରେ ମୃତଦେହଗୁଡିକୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ରୁଷ୍‌ରେ ଅଧ୍ୟୟନ କରୁଥିବା ୪ ଜଣ ଭାରତୀୟ ଛାତ୍ରଛାତ୍ରୀ ଜୁନ୍ ୪ରେ ସେଣ୍ଟ୍‌ ପିଟରବର୍ଗ ନିକଟସ୍ଥ ଭଲଖୋଭ୍‌ ନଦୀରେ ବୁଡିଯାଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ୨ ଜଣ ଛାତ୍ର ଓ ଦୁଇ ଛାତ୍ରୀ ସାମିଲ ଅଛନ୍ତି। ଏମାନେ ଭେଲିକି ନୋଭ୍‌ଗୋରଡ୍‌ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିଲେ। ଜଣେ ଛାତ୍ରୀ ପାଣିରେ ବୁଡିଯିବାରୁ ଅନ୍ୟ ସାଙ୍ଗମାନେ ତାଙ୍କୁ ବଞ୍ଚାଇବାକୁ ନଦୀକୁ ଲମ୍ଫ ପ୍ରଦାନ କରିଥିଲେ। ଛାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଅନ୍ୟ ଚାରିଜଣ ବୁଡିଯାଇ ପ୍ରାଣ ହରାଇଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories