www.samajalive.in
Friday, December 5, 2025
26.1 C
Bhubaneswar

କାର୍‌ରୁ ମିଳିଲା ୧୦୧ କେଜି ଗଞ୍ଜେଇ, ୩ ଗିରଫ

ଖଣ୍ଡଗିରି : ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନବୀକରଣ ପରେ ଏବେ ଗଞ୍ଜେଇ ବେପାରୀଙ୍କ ପାଇଁ କଳିଙ୍ଗନଗର, ଭରତପୁର ଦେଇ ଭୁବନେଶ୍ୱର ପାର୍ ହେବାର ପ୍ରକୋଷ୍ଠ ମାର୍ଗ ପାଲଟିଛି। ଶନିବାର ସକାଳୁ ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଯାଉଥିବା ବେଳେ ଭରତପୁର ଥାନା ପୁଲିସ ଚଢ଼ଉ କରି ୩ଜଣଙ୍କୁ ଗିରଫ କରିଛି। ଗିରଫ ବେପାରୀମାନେ ହେଲେ ଅନୁଗୋଳ ଜିଲା କଣିହାଁ ଥାନା ଦୁର୍ଗାପୁରର ଚନ୍ଦନ ସ୍ବରାଜ ନାଏକ, ଖାମ୍ମାର ଥାନା କୁରୁମୁଳା ଗ୍ରାମର ଅଜୟ କୁମାର ନାଏକ ଓ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲା ରାଣୀନଗର ଥାନା ବୋମନାବାଦର ରାକେଶ ମଣ୍ଡଳ। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଏକ କାର୍ ସହ ୧୦୧ କେଜି ଗଞ୍ଜେଇ ଓ ୩୫ ହଜାର ୨୫୦ ଟଙ୍କା ଜବତ କରି ଶନିବାର ଅଦାଲତ ଚାଲାଣ କରିଛି। ଭରତପୁର ଥାନା ଅଧିକାରୀ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲେ। ଏହାକୁ ଆଧାର କରି ଥାନାର ଏକ ପୁଲିସ ଦଳ କଳିଙ୍ଗ ନଗର କେ-୮ ପେଟ୍ରୋଲ ପମ୍ପ ପଛ ପାର୍ଶ୍ବ ରାସ୍ତାରେ ଜଗି ବସିଥିଲେ। ସକାଳୁ ଗଞ୍ଜେଇ ଭର୍ତ୍ତି କାର୍‌ଟି ଉକ୍ତ ରାସ୍ତା ଦେଇ ଅତିକ୍ରମ କରିବାବେଳେ ଚଢ଼ଉ କରିବା ସହ  ଅଭିଯୁକ୍ତଙ୍କୁ କାବୁ କରିଥିଲେ। ପଚରାଉଚରା ବେଳେ ଅଭିଯୁକ୍ତମାନେ ଏହି ବେଆଇନ ଗଞ୍ଜେଇକୁ କନ୍ଧମାଳ ଅଞ୍ଚଳରୁ ସଂଗ୍ରହ କରି ପଶ୍ଚିମବଙ୍ଗକୁ ବେଆଇନ ଭାବେ ଚାଲାଣ କରୁଥିବା ସ୍ବୀକାର କରିଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories