www.samajalive.in
Sunday, December 14, 2025
17.1 C
Bhubaneswar

ରାଜ୍ୟସଭାରେ ସ୍ବଳ୍ପଅବଧି ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ : ମଣିପୁର ହିଂସାକୁ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ସୋମବାର ବିରୋଧୀ ସଦସ୍ୟମାନେ ମଣିପୁର ପ୍ରସଙ୍ଗକୁ ନେଇ ରାଜ୍ୟସଭା ଓ ଲୋକସଭାରେ ହୋହଲ୍ଲା କରିଛନ୍ତି। ଫଳରେ ଉଭୟ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା। ରାଜ୍ୟସଭାରେ ବିରୋଧୀ ସଦସ୍ୟମାନେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିକୁ ଦୋହରାଇଛନ୍ତି। ଅପରାହ୍ଶ ୩ଟାରେ ରାଜ୍ୟସଭାରେ ମଣିପୁର ପ୍ରସଙ୍ଗରେ ରୁଲ୍ ୧୭୬ ଅନୁଯାୟୀ ସ୍ବଳ୍ପ ଅବଧିର ଆଲୋଚନା ଆରମ୍ଭ ହୋଇଛି। ତେବେ ଏପରି ଆଲୋଚନାକୁ ବିରୋଧୀ ସଦସ୍ୟମାନେ ବିରୋଧ ପୂର୍ବକ ହୋହଲ୍ଲା କରିବାରୁ ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଅନ୍ୟପଟେ ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ମଣିପୁର ପ୍ରସଙ୍ଗରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ପ୍ରତିନିଧି ରାଷ୍ଟ୍ରପତିଙ୍କୁ ଭେଟିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ବିରୋଧୀ ଦଳଗୁଡିକ ମଣିପୁର ପ୍ରସଙ୍ଗ ଆଲୋଚନାରୁ ଦୂରେଇ ଯିବାକୁ ଚାହଁୁଛନ୍ତି। ତେଣୁ ସେମାନେ ଆଲୋଚନାରେ ଭାଗ ନେବା ପରିବର୍ତ୍ତେ ଆଲୋଚନାକୁ ବିରୋଧ କରୁଛନ୍ତି। ବିରୋଧୀ ସଦସ୍ୟମାନେ ରୁଲ୍‌ ୨୬୭ ଅନୁଯାୟୀ ମଣିପୁର ପ୍ରସଙ୍ଗର ଆଲୋଚନା କରିବାକୁ ଦାବି କରିଥିଲେ। ଗୃହର ନେତା ପୀୟୂଷ ଗୋୟଲ ବିରୋଧୀ ସଦସ୍ୟଙ୍କୁ ଆଲୋଚନାରେ ଭାଗ ନେବାକୁ ନିବେଦନ କରିଥିଲେ। ମାତ୍ର ଏହାକୁ ବିରୋଧୀମାନେ ଶୁଣି ନଥିଲେ।
ଲୋକସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ମଣିପୁର ପ୍ରସଙ୍ଗକୁ ନେଇ ହୋହଲ୍ଲା କରିଥିଲେ। ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳଗୁଡିକ ପକ୍ଷରୁ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ବାଚସ୍ପତି ଦିନ ଧାର୍ଯ୍ୟ କରି ନଥିବାରୁ ବିରୋଧୀମାନେ ଏହାକୁ ନିନ୍ଦା କରିଥିଲେ। ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ କହିଛନ୍ତି ଯେ ସରକାର ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ନ କରି ସଂସଦକୁ ଅପମାନିତ କରୁଛନ୍ତି। ଜୁଲାଇ ୨୬ ତାରିଖରେ କଂଗ୍ରେସ ସଦସ୍ୟ ଗୌରବ ଗୋଗଇ ଲୋକସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ଆଲୋଚନା ନିମନ୍ତେ ବାଚସ୍ପତି ମଞ୍ଜୁରୀ ପ୍ରଦାନ କରିଥିଲେ ; ମାତ୍ର ଏହାପରେ କେବେ ଆଲୋଚନା କରାଯିବ ତା’ର ଦିନ ଓ ସମୟ ବାଚସ୍ପତି ଧାର୍ଯ୍ୟ କରିନାହାନ୍ତି।
ସୋମବାର ମାଲୱିର ଏକ ପ୍ରତିନିଧି ଦଳ ଲୋକସଭାର କାର୍ଯ୍ୟଧାରାକୁ ପରିଦର୍ଶନ କରିଥିଲେ। ବାଚସ୍ପତି ଓମ୍ ବିର୍ଲା ପ୍ରତିନିଧି ଦଳକୁ ସ୍ବାଗତ କରିଥିଲେ। ଏହା ପରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା ଆରମ୍ଭ କରିଥିଲେ। ବାଚସ୍ପତି ବିରୋଧୀଙ୍କ ହୋହଲ୍ଲାକୁ ପଛରେ ପକାଇ ପ୍ରଶ୍ନକାଳ ଆରମ୍ଭ କରିଥିଲେ। ଶିକ୍ଷା ଓ ଅର୍ଥ ମନ୍ତ୍ରଣାଳୟ ସମ୍ପର୍କିତ ଦୁଇଟି ପ୍ରଶ୍ନ ଉପରେ ଆଲୋଚନା କରାଯାଇଥିଲା। ବିରୋଧୀଙ୍କ ହୋହଲ୍ଲା ଲାଗି ରହିବାକୁ ଗୃହକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଅପରାହ୍ଣରେ ବିରୋଧୀ ସଦସ୍ୟମାନେ ପୁଣି ହୋହଲ୍ଲା କରିବାରୁ ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଲୋକସଭାରେ ସିନେମାଟେଗ୍ରାଫ୍‌ (ସଂଶୋଧନ) ବିଧେୟକ ୨୦୨୩ ଗୃହୀତ ହୋଇଛି। ଲୋକସଭାରେ ମଙ୍ଗଳବାର ଦିଲ୍ଲୀ ଅଧ୍ୟାଦେଶ ସମ୍ପର୍କିତ ବିଧେୟକ ଆଗତ ହେବ। ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ମଣିପୁର ପ୍ରସଙ୍ଗକୁ ନେଇ ଏହା ଅଚଳ ରହିଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories