ମଙ୍ଗଳବାର ରାଶିଫଳ (୦୧.୦୮.୨୦୨୩)

ମେଷ : ସାହସୀ ହେବେ। ବ୍ୟବହାର ବୀରତା ପୂର୍ଣ୍ଣ ହେବ। ମହତାକାଂକ୍ଷୀ ହେବେ। କାର୍ଯ୍ୟଶୈଳୀ ପରିବର୍ତ୍ତନଶୀଳ ହୋଇପାରେ। ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିପାରନ୍ତି। ଦାୟିତ୍ବବାନ୍‌ ହେବେ।

ବୃଷ : ସୁବକ୍ତାଭାବେ। ପ୍ରଗାଢ଼ ଆତ୍ମବିଶ୍ବାସୀ ହେବେ। ନିଜର ସିଦ୍ଧାନ୍ତରେ ଦୃଢ଼ ରହିବେ। ଧୈର୍ଯ୍ୟବାନ୍‌ ଓ ତୀକ୍ଷ୍‌ଣବୁଦ୍ଧି ସମ୍ପନ୍ନ ହେବେ। ନୃତ୍ୟ, ସଙ୍ଗୀତ ପ୍ରତି ଆଗ୍ରହୀ ହେବେ। ବୁଝିବିଚାରି ଭବିଷ୍ୟତ ଯୋଜନା କରିବେ।

ମିଥୁନ : ଜନସାଧାରଣଙ୍କ ପ୍ରିୟପାତ୍ର ହେବେ। ଈଶ୍ବରୀୟ ସଭାଯୁକ୍ତ ହୋଇପାରନ୍ତି। ଦୈବୀ ପ୍ରଭାବରେ ପ୍ରଭାବିତ ହେବେ। ସତ୍‌ସଙ୍ଗୀ ହୋଇପାରନ୍ତି। ପରୋପକାରୀ ହେବେ। ବିଦ୍ୟାଭିଳାଷୀ ହେବେ।

କର୍କଟ : ପରିଶ୍ରମୀ ହେବେ। ନୀରୋଗ ରହିବେ। ସାହସୀ ଓ ଧୈର୍ଯ୍ୟବାନ୍‌ ହେବେ। ଅକୁଣ୍ଠିତ ଚିତ୍ତରେ କଠିନ କାର୍ଯ୍ୟ ସମ୍ପାଦନ କରିବେ। ଶିଶୁ ସ୍ନେହୀ ଓ ପୁଷ୍ପପ୍ରିୟ ହେବେ। ନିଜ ଜ୍ଞାନ ପ୍ରଚେଷ୍ଟାରେ ଧନ ଅର୍ଜନ କରିବେ।

ସିଂହ : ପ୍ରଭାବଶାଳୀ ହେବେ। ଖାଦ୍ୟ, ପେୟରେ ବିଶେଷ ଆଗ୍ରହୀ ହେବେ। ବିରୋଧୀ ମନୋଭାବ ଲୋକଙ୍କୁ ଘୃଣା କରିପାରନ୍ତି। ଖର୍ଚ୍ଚ କରିବାରେ ବେପରୁଆ ମନୋଭାବର ହେବେ। ଆତ୍ମବିଶ୍ବାସୀ ହେବେ।

କନ୍ୟା : ପ୍ରିୟଭାଷୀ ହେବେ। ଆପଣଙ୍କ ସିଦ୍ଧାନ୍ତ ଆଦର୍ଶରେ ପରିପୂରିତ, ଅଧ୍ୟୟନଶୀଳ, ମନନଶୀଳ ଓ ବିଚାରଶୀଳ ହେବେ। ନିଜର ସଂକଳ୍ପ ଓ ବିଚାର ଉପରେ ଦୃଢ଼ ରହିବେ। ମିତବ୍ୟୟୀ ଓ ଚତୁର ହେବେ।

prayash

ତୁଳା : ରୋଗ ନିବାରଣ ଶକ୍ତିସମ୍ପନ୍ନ ହେବେ। ଆପଣ ମାନବବାଦର ଶ୍ରେଷ୍ଠ ନିର୍ଦଶନ ହେବେ। ଅନ୍ୟାୟ ବିରୋଧରେ ସଂଗ୍ରାମ ଜାରି ରଖିବେ। ଶାନ୍ତ ପ୍ରକୃତିର ହେବେ। ସମାଜରେ ଜାଗରଣ ସୃଷ୍ଟି କରିପାରନ୍ତି।

ବିଛା : ନରମ ସ୍ବଭାବର ହେବେ। ଅନ୍ୟ ମନରେ ଭାଷା ବୁଝିବାରେ ପାରଙ୍ଗମ ହେବେ। ନିଷ୍ଠା ଓ କଠିନ ଶ୍ରମ ସ୍ବୀକାର କରି ଧନ ଅର୍ଜନ କରିବେ କଷ୍ଟକର କାର୍ଯ୍ୟ ସମ୍ପାଦନରେ ସିଦ୍ଧହସ୍ତ ହେବେ। ଶତ୍ରୁ ଦମନ କରିବେ।

ଧନୁ : ନୀରୋଗ ଶରୀର ସମ୍ପନ୍ନ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ସୁନାମ ଅର୍ଜନ କରିବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଜ୍ଞାନୀ ଓ ଗୁଣଜ୍ଞ ହେବେ।

ମକର : ସାରାଦିନ ମନ ଫୁର୍ତ୍ତି ରହିବ। ଉତ୍ତମ ଆଲୋଚକ ହେବେ। କୁଟୁମ୍ବ ପ୍ରତିପୋଷଣକୁ କର୍ତ୍ତବ୍ୟ ବୋଲି ମନେ କରିବେ। କୌଣସି କାମରେ ଗୌରବ ପ୍ରାପ୍ତ ହେଲେ ବି ମନରେ ଅହଂଭାବ ରହିବ ନାହିଁ।

କୁମ୍ଭ : ଶୋଇବାବେଳେ ପାଦ ଉପରେ ପାଦ ରଖିବାରେ ଆଗ୍ରହୀ ହେବେ। ବ୍ୟକ୍ତିତ୍ବ ଓ ପ୍ରଭାବ କଳ୍ପନାତୀତ ହୋଇପାରେ। ତମୋ ଗୁଣସମ୍ପନ୍ନ ଓ ସମାଲୋଚକ ହେବେ। ବିବେକ ଶୀଳତା ଶକ୍ତି ଅଦ୍‌ଭୁତ ହେବ।

ମୀନ : ପରିଶ୍ରମୀ ହେବେ। ସତ୍ତ୍ବ ଗୁଣୀ ହୋଇପାରନ୍ତି। ଚଞ୍ଚଳମନା ହେବେ। ପତ୍ନୀଙ୍କ ପରାମର୍ଶ ଗ୍ରହଣ କରିବେ। ସତ୍ୟପ୍ରକାଶ କରିବା ପାଇଁ ପ୍ରଯତ୍ନ ହୋଇପାରନ୍ତି। ମାନବପ୍ରେମୀ ହେବେ। ଆତ୍ମଶକ୍ତିସମ୍ପନ୍ନ ହେବେ।

Comments are closed.