www.samajalive.in
Monday, December 15, 2025
17.1 C
Bhubaneswar

ମଣିପୁର ଭିଡିଓ ମାମଲା, ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ : ମଣିପୁରରେ ଦୁଇ କୁକି-ଜୋ ସମ୍ପ୍ରଦାୟର ମହିଳାଙ୍କୁ ଉଲଗ୍ନ ଚଲାଇବା ସହ ଗଣବଳାତ୍କାର ଅଭିଯୋଗର ତଦନ୍ତ ଦାୟିତ୍ବ କେନ୍ଦ୍ର ସରକାର ସିବିଆଇକୁ ପ୍ରଦାନ କରିବେ। ଏ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆବଶ୍ୟକ ସୁପାରିସ କରିବ। ମଣିପୁର ସଂକ୍ରାନ୍ତ ସମସ୍ତ ମାମଲାର ବିଚାର ଅନ୍ୟ ରାଜ୍ୟରେ କରାଯିବ। ମାମଲାର ବିଚାର ରାଜ୍ୟ ବାହାରେ କରିବାକୁ ଆବଶ୍ୟକ ଅନୁମତି ଦେବା ଲାଗି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିବେ। ସମ୍ଭବତଃ ଆସାମରେ ଏହାର ବିଚାର କରାଯିବାକୁ ଆପାତତଃ ସ୍ଥିର ହୋଇଛି।
ଏଥିସହିତ ମଣିପୁର ବିବାଦ​ର ଦୁଇ ପକ୍ଷ, କୁକି ଜନଜାତି ଓ ମୈତେଇ ସମ୍ପ୍ରଦାୟଙ୍କୁ ନେଇ ଶୀଘ୍ର ବୈଠକ ଆୟୋଜନ ପାଇଁ କେନ୍ଦ୍ର ସରକାର ଯୋଜନା ଚଳାଇଛନ୍ତି। ଉଭୟ ଗୋଷ୍ଠୀଙ୍କୁ ଗୋଟିଏ ଟେବୁଲରେ ବସାଇବା ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଏ ନେଇ ଉଭୟ ପକ୍ଷଙ୍କ ସହିତ ସ୍ବତନ୍ତ୍ର ଭାବେ ୬ ପର୍ଯ୍ୟାୟ ଆଲୋଚନା ସରିଥିବା ପ୍ରକାଶ। ଏତଦ୍‌ବ୍ୟତୀତ ସିଭିଲ ସୋସାଇଟିର ବିଭିନ୍ନ ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା ଚାଲିଛି। ସରକାର ଏ ସଂକ୍ରାନ୍ତରେ ସର୍ବୋଚ୍ଚ ନ୍ୟାୟାଳୟକୁ ଅବଗତ କରିବେ। ଅପରପକ୍ଷରେ ଗତ ୧୯ ତାରିଖରେ ପ୍ରସାରିତ ଓ ମେ’ ୪ରେ ରେକର୍ଡ ହୋଇଥିବା ଉପରୋକ୍ତ ଭିଡିଓକୁ ରେକର୍ଡ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଯେଉଁ ଫୋନ୍‌ରେ ସେ ଏହି ଘୃଣ୍ୟ ଦୃଶ୍ୟ ରେକର୍ଡ କରିଥିଲା ତାହାକୁ ଜବତ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିବା ଏହି ଘଟଣାରେ ମୋଟ ୭ ଅଭିଯୁକ୍ତ ଗିରଫ ହେଲେଣି। ରାଜ୍ୟରେ ଏବେ ସୁଦ୍ଧା ହିଂସାକାଣ୍ଡ ଜାରି ରହିଥିଲେ ମଧ୍ୟ ପ୍ରାୟ ୭୨ ପ୍ରତିଶତ କର୍ମଚାରୀ କାର୍ଯ୍ୟାଳୟକୁ ଫେରିଲେଣି ଓ ୮୨ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲକୁ ଗଲେଣି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟର ୩୬୧ଟି ରିଲିଫ୍‌ ଶିବିରରେ ଏବେ ପ୍ରାୟ ୫୭ହଜାର ଲୋକ ଅବସ୍ଥାନ କରୁଛନ୍ତି। ମୋଟ ୩୬ହଜାର କେନ୍ଦ୍ରୀୟ ନିରାପତ୍ତା ବାହିନୀ ମୁତୟନ ଅଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ।
ପୁନଶ୍ଚ ହିଂସାକୁ ଉସୁକାଉଥିବା ସନ୍ଦିଗ୍ଧ ମ୍ୟାଁମାର ନାଗରିକ ତଥା ଅନୁପ୍ରବେଶକାରୀଙ୍କର ଟିପ ଚିହ୍ନ (ବାୟୋମେଟ୍ରିକ୍‌) ସଂଗ୍ରହ କରାଯିବ। ସେମାନଙ୍କୁ ‘ନେଗେଟିଭ୍‌ ବାୟୋମେଟ୍ରିକ’ ତାଲିକାରେ ରଖାଯିବ। ସେମାନଙ୍କୁ କୌଣସି ପରିସ୍ଥିତିରେ ଭାରତୀୟ ନାଗରିକତ୍ବ ପ୍ରଦାନ କରାଯିବ ନାହିଁ। ମ୍ୟାଁମାର ଅନୁପ୍ରବେଶକାରୀ କୁକିମାନେ ମଣିପୁରରେ ହିଂସାକାଣ୍ଡ ଭିଆଉଥିବା ମୈତେଇମାନେ ଅଭିଯୋଗ କରୁଥିବାରୁ ସରକାର ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି। ଜୁଲାଇରେ ୭୦୦ ମ୍ୟାଁମାର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିବା ପ୍ରକାଶ। ମଣିପୁର ସଂଲଗ୍ନ ଭାରତ-ମ୍ୟାଁମାର ସୀମାରେ କଣ୍ଟା ତାରବାଡ଼ ନିର୍ମାଣ ପାଇଁ ସର୍ବେକ୍ଷଣ ଶୀଘ୍ର ଶେଷ କରାଯିବା ସହ ବାଡ଼ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମଣିପୁର-ମିଜୋରାମ ସୀମାର ୧୦କିଲୋମିଟର ଅଞ୍ଚଳରେ ତାର ବାଡ଼ ନିର୍ମାଣ ଶେଷ ହୋଇଥିବା ସରକାର କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories