www.samajalive.in
Saturday, December 6, 2025
15.1 C
Bhubaneswar

ବିଧାୟକଙ୍କ ଦ୍ୱାରା ଡାକ୍ତରଖାନା ପରିସର ସଫେଇ

ପିପିଲି : ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି  ସାମୁହିକ ସଫେଇ କରାଯାଇଛି । ବିଧାୟକଙ୍କ ନେତୃତ୍ୱରେ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତାମାନେ ସ୍ୱଚ୍ଛ ଭାରତ ଅଭିଯାନରେ ଉକ୍ତ ଡାକ୍ତରଖାନା ପରିସରରେ ଥିବା ବିଭିନ୍ନ ବିଭାଗର କୋଠାର ଚତୁଃପାର୍ଶ୍ବ, ରାସ୍ତାର ଉଭୟ ପାର୍ଶ୍ବ ଏବଂ ଉଦ୍ୟାନ ପରିସରରେ ଉଠିଥିବା ଅନାବନା ଗଛଲତା, ଘାସକୁ ସଫା କରିଥିଲେ । ଡାକ୍ତରଖାନା ପରିସରରେ ଥିବା ଆବର୍ଜ୍ଜନାକୁ ପରିଷ୍କାର କରାଯାଇଥିଲା । ସେଠାକୁ ଆସୁଥିବା ରୋଗୀଙ୍କ ସଂପର୍କୀୟ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବିଧାୟକ ଶ୍ରୀପଟ୍ଟନାୟକ ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଥିଲେ । ନିୟମିତ ବ୍ୟବଧାନରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ସମସ୍ତ ସରକାରୀ ଡାକ୍ତରଖାନା ପରିସରକୁ ସ୍ୱଚ୍ଛ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ବରିଷ୍ଠ ବିଜେପି ନେତା ନନ୍ଦକିଶୋର ପରିଡା, ସରପଞ୍ଚ ବିଭୂତି ଭୂଷଣ ନାଥ, ପରେଶ କୁମାର ମିଶ୍ର, ସମିତି ସଭ୍ୟ ଗଦାଧର ପରିଡା, ସସ୍ମିତା ଦଳେଇ, ଯୁବନେତା ସ୍ୱାଗତ କୁମାର ପରିଡା, ବିଜୟରତ୍ନ ଜେନା, ପ୍ରଦୀପ ବେହେରା, ଭାସ୍କର ମଲିକ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories