www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶାର ଏହି ୧୩ ଜଣଙ୍କୁ ମିଳିବ ପୁଲିସ ପଦକ

ସମାଜ ଡିଜିଟାଲ ଡେସ୍କ: ସ୍ଵାଧୀନତା ଦିବସ ସମାରୋହ ପାଳନ ଅବସରରେ ଓଡ଼ିଶାର ୧୩ ଜଣଙ୍କୁ ପୁଲିସ ପଦକ ପ୍ରଦାନ କରାଯିବା ନେଇ କେନ୍ଦ୍ର ସ୍ଵରାଷ୍ଟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ୧୩  ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ପ୍ରଖ୍ୟାତ ସେବା ପ୍ରଦାନ ପାଇ ପଦକ ମିଳିବାକୁ ଥିବାବେଳେ ଅନ୍ୟ ୧୧ ଜଣଙ୍କୁ ଗୁଣବତ୍ତାସମ୍ପନ୍ନ ସେବା ପ୍ରଦାନ ପାଇଁ ପୁରସ୍କୃତ କରାଯିବ।

ପଦକ ପାଇବାକୁ ଥିବା ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ରହିଛନ୍ତି ଅତିରିକ୍ତ ମହାନିର୍ଦେଶକ ସୁରେଶ ଦେବଦତ୍ତ ସିଂହ ଓ ଉପଆରକ୍ଷୀ ଅଧୀକ୍ଷକ ସଚ୍ଚିଦାନନ୍ଦ ରଥ। ଏହି ଦୁଇ ଜଣଙ୍କୁ ପ୍ରଖ୍ୟାତ ସେବା ପ୍ରଦାନ କ୍ଷେତ୍ରରେ ପଦକ ମିଳିବ। ଗୁଣବତ୍ତାସମ୍ପନ୍ନ ସେବା ପାଇଁ ପଦକ ପାଇବାକୁ ଥିବା ବ୍ୟକ୍ତିବିଶେଷ ହେଲେ ଡେପୁଟି କମାଣ୍ଡାଣ୍ଟ କୌଶିକ ନାଏକ, ଡିଏସପି ସନତ କୁମାର ନାଥଶର୍ମା, ଡିଏସପି କବିତା ସାହୁ, କନଷ୍ଟେବଳ ପ୍ରମୋଦ କୁମାର ମହାନ୍ତ, ଏସଆଇ ପ୍ରଦ୍ୟୁମ୍ନ କୁମାର ନନ୍ଦ, ଏଏସଆଇ ବାବୁଲା ସାମଲ, କନଷ୍ଟେବଳ ସଞ୍ଜୁକ୍ତା ପଟ୍ଟନାୟକ, ଇନ୍ସପେକ୍ଟର ହରିବନ୍ଧୁ ଭତ୍ରା, ହାବିଲଦାର ତୋଫାନ ବେହେରା, ପ୍ରାଣକୃଷ୍ଣ ଲେଙ୍କା ଏବଂ ସୁରେଶ ଚନ୍ଦ୍ର ରାଉତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories