www.samajalive.in
Sunday, December 14, 2025
17.1 C
Bhubaneswar

ନୂତନ ମଙ୍ଗଳା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଆଠଗଡ :  ଆଠଗଡ ସହରର ବୀରକିଶୋରପୁରଠାରେ ଏକ ନୂତନ ମଙ୍ଗଳା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ବୁଧବାରଠାରୁ ଆରମ୍ଭ ହୋଇଛି । ବୀରକିଶୋରପୁର ସାହିର ୩୦୦ରୁ ଅଧିକ  ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ରଥଗଡା ନିକଟବର୍ତ୍ତୀ ସାପୁଆନଦୀରୁ ଜଳକଳସ ଧାରଣ କରି ଏକ ଭବ୍ୟ ଶୋଭାଯାତ୍ରାରେ ନୂତନ ମନ୍ଦିର ନିକଟରେ ପହଞ୍ଚିବା ପରେ ସେଠାରେ ଘଟସ୍ଥାପନ ଓ ଅନ୍ୟାନ୍ୟ ପୂଜାବିଧି ସଂପନ୍ନ ହୋଇଥିଲା। ଗୁରୁବାର ସୂର୍ଯ୍ୟପୂଜା, ବିଗ୍ରହ ମହାସ୍ନାନ, ମନ୍ଦିର ସ୍ନାନ, ହୋମଯଜ୍ଞ ଆରମ୍ଭ ହେବ। ଶୁକ୍ରବାର ସୂର୍ଯ୍ୟାର୍ଚ୍ଚନା, ଦେବତା ସ୍ନାନ, ନଗର ପରିକ୍ରମା, ନ୍ୟାସଚଣ୍ଡି ହୋମ ପରେ ପୂର୍ଣ୍ଣାହୁତି ସଂପନ୍ନ ହେବ।

- Advertisement -

ଏହି ଅବସରରେ ବୁଧବାର ନୟାଗଡର କରଡାପଲ୍ଲୀସ୍ଥିତ ବାଲୁଙ୍କେଶ୍ୱର ବାଳିକା ରାମଲୀଳା ସଂସଦ ପକ୍ଷରୁ ରାମଲୀଳା, ଗୁରୁବାର ଅର୍ପିତା ଚୌଧୁରୀ ଓ ସାଥୀଙ୍କର ଭଜନ ପରିବେଷଣ ଏବଂ ଶୁକ୍ରବାର ସୁଧାକର ମିଶ୍ର ଓ ସାଥୀ ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକଙ୍କ ସୁତ୍ରରୁ ପ୍ରକାଶ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories