www.samajalive.in
Thursday, December 11, 2025
14.1 C
Bhubaneswar

ପୂଜ୍ୟ ପ୍ରଣାମ – ମଙ୍ଗଳ ପାଣ୍ଡେ

ବିପ୍ଳବୀ ମଙ୍ଗଳ ପାଣ୍ଡେ ଉତ୍ତରପ୍ରଦେଶର ବଲିୟା ଜିଲା ଅନ୍ତର୍ଗତ ନଗୱା ଗାଁରେ ୧୮୨୭ ମସିହା ଜୁଲାଇ ୧୯ରେ ଜନ୍ମଗ୍ରହଣ କରିଥିଲେ। ବଙ୍ଗପ୍ରଦେଶର ବାରାକପୁରରେ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀର ୩୪ତମ ବେଙ୍ଗଲ ନେଟିଭ୍ ଇନ୍‌ଫ୍ରାଣ୍ଟିର ସିପାହୀ ଭାବେ ଯୋଗ ଦେଇଥିଲେ ମଙ୍ଗଳ ପାଣ୍ଡେ। ଠିକ୍ ସେଇ ସମୟରେ ବ୍ରିଟିଶ୍‌ ସେନା ଦ୍ବାରା ନୂଆ ଏନ୍‌ଫିଲଡ୍‌ ରାଇଫଲ୍ ବନ୍ଧୁକ ବ୍ୟବହାର ପାଇଁ ପ୍ରଦାନ କରାଯାଇଥିଲା। ଏହି ବନ୍ଧୁକରେ ଗୁଳି କାର୍ତ୍ତୁଜ୍ ଲଗାଇବା ପୂର୍ବରୁ ତାକୁ କାମୁଡ଼ିବାକୁ ପଡ଼ୁଥିଲା, ଯାହା ପ୍ରସ୍ତୁତିରେ ଗାଈ ତଥା ଘୁଷୁରି ଚର୍ବି ବ୍ୟବହାର ହେଉଥିବା ଚର୍ଚ୍ଚା ହେଲା। ବ୍ରିଟିଶ୍‌ମାନେ ଜାଣିଶୁଣି ଭାରତୀୟଙ୍କ ଧର୍ମୀୟ ଭାବନାକୁ ଅସମ୍ମାନ କରୁଥିବା ଦେଖି ସିପାହୀ ମଙ୍ଗଳ ପାଣ୍ଡେ ଏହି ବନ୍ଧୁକ ବ୍ୟବହାରକୁ ପ୍ରତ୍ୟାଖ୍ୟାନ କରିଦେଲେ। ୧୮୫୭ ମାର୍ଚ୍ଚ ୨୯ରେ “ବିଦେଶୀଙ୍କୁ ମାର” ନାରା ଦେଇ ସେ ଦୁଇଜଣ ବ୍ରିଟିଶ୍‌ ଅଧିକାରୀଙ୍କୁ ଆକ୍ରମଣ କଲେ। ଏହି ଘଟଣାରେ ବ୍ରିଟିଶ୍ ସେନା ହାତରେ ଗିରଫ ହେବା ପରିବର୍ତ୍ତେ ମୃତ୍ୟୁକୁ ଶ୍ରେୟସ୍କର ମଣି ସେ ନିଜ ଛାତିକୁ ଗୁଳି କରି ପ୍ରାଣ ହରାଇବାକୁ ଉଦ୍ୟମ କରିଥିଲେ କିନ୍ତୁ ତାଙ୍କର ମୃତ୍ୟୁ ହେଲାନି। କିଛି ଦିନର ଚିକିତ୍ସା ପରେ ମଙ୍ଗଳ ପାଣ୍ଡେ ସୁସ୍ଥ ହେଲେ, ବ୍ରିଟିଶ୍ ସରକାର ତାଙ୍କୁ ଗିରଫ କରି ମକଦ୍ଦମା ଚଲାଇଲେ। କୋର୍ଟରୁ ତାଙ୍କୁ ଫାଶୀ ଦଣ୍ଡାଦେଶ ମିଳିଲା। ୧୮୫୭ ଏପ୍ରିଲ୍ ୮ରେ ମଙ୍ଗଳ ପାଣ୍ଡେଙ୍କୁ ଫାଶୀ ଦିଆଯାଇଥିଲା। ତାଙ୍କ କ୍ରାନ୍ତିର ବହ୍ନିରେ ଇଂରେଜଙ୍କ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଦୋହଲି ଯାଇଥିଲା। ୧୯୮୪ ମସିହାରେ ଭାରତ ସରକାର ଏହି ବିପ୍ଳବୀଙ୍କ ସମ୍ମାନରେ ଏକ ଡାକ ଟିକଟ୍‌ ପ୍ରଚଳନ କରିଥିଲେ।

Hot this week

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

Related Articles

Popular Categories