ଘରୋଇ ହସ୍ପିଟାଲ ଚଳାଉଥିବା ସରକାରୀ ଡାକ୍ତରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ମେନକା

ନୂଆଦିଲ୍ଳୀ : ଘରୋଇ ହସ୍ପିଟାଲ ଚଳାଉଥିବା ସରକାରୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ସରକାର କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ସାଂସଦ ମେନକା ଗାନ୍ଧୀ ବୁଧବାର ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶ ସୁଲତାନପୁର ଜିଲା ହସ୍ପିଟାଲରେ ଏକ ଏକ୍ସରେ ୟୁନିଟର ଶୁଭାରମ୍ଭ କରିବା ସମୟରେ ମେନକା ଏହା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ସରକାରୀ ଡାକ୍ତରମାନେ ଘରୋଇ ହସ୍ପିଟାଲ ଚଳାଇ ପାରିବେ ନାହିଁ। ଏଭଳି କାର୍ଯ୍ୟ କରୁଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାବାଦ ମେନକା ସୁଲତାନପୁରର ୪ ନମ୍ବର ରେଳ ପ୍ଲାଟଫର୍ମ ଏବଂ ଲିଫ୍ଟର ଲୋକାର୍ପଣ କରିଥିଲେ।

Comments are closed.