www.samajalive.in
Sunday, December 7, 2025
14.1 C
Bhubaneswar

ମଣ୍ଡିରୁ ଉଠୁନାହିଁ ଧାନ; ପଶ୍ଚିମ ବାଙ୍କୀ କୃଷକ ପରିଷଦ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

ବାଙ୍କୀ: ପଶ୍ଚିମବାଙ୍କୀ କୃଷକ ପରିଷଦ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ମଣ୍ଡିରୁ ଧାନ ଉଠାଯାଉ ନଥିବା ସମ୍ପର୍କରେ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ଅଭିଯୋଗ ଅନୁଯାୟୀ ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱର ପଞ୍ଚାୟତ ମାଳି ସାହି ସେବା ସମବାୟ ସମିତି ପକ୍ଷରୁ ମିଲରଙ୍କ ସହାୟତାରେ ଜାନୁଆରୀ ୭ ତାରିଖଠାରୁ ୫ ତାରିଖ ମଧ୍ୟରେ ୫ଟି ଧାର୍ଯ୍ୟ ଦିନରେ ୩୨୦୦ କ୍ୱିଣ୍ଟାଲ ଧାନ ଉଠିବା ପାଇଁ ଚାଷୀମାନଙ୍କୁ ଟୋକନ ପ୍ରଦାନ କରାଯାଇଥିଲା। ମାତ୍ର ବିଡମ୍ବନାର ବିଷୟ ପ୍ରାୟ ଏକ ମାସ ମଧ୍ୟରେ ୧୯୯ କ୍ୱିଣ୍ଟାଲ ଧାନ ମିଲର ସେବା ସମବାୟ ସମିତି ଜରିଆରେ ଚାଷୀଙ୍କଠାରୁ ଧାନ ଉଠାଇଛନ୍ତି।

ସୂଚନା ଅନୁଯାୟୀ, ଏହି ସମିତିରୁ ଯଥାକ୍ରମେ ୨ଜଣ ପୃଥକ ପୃଥକ ମିଲ୍‍ ମାଲିକଙ୍କ ଦ୍ୱାରା ଧାର୍ଯ୍ୟ ୯ହଜାର କ୍ୱିଣ୍ଟାଲ ଧାନ କିଣାଯିବା ପାଇଁ ସୂଚନା ଥିଲା ବେଳେ ମଣ୍ଡିରୁ ଧାନ ଉଠାଯାଉନଥିବାରୁ ପଞ୍ଜିକୃତ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଆଗକୁ ମଣ୍ଡି ବନ୍ଦ ହୋଇଗଲେ ଚାଷୀ ମାନେ ଧାନ ବିକ୍ରି ନକରିପାରି କ୍ଷତି ସହିବେ ବୋଲି ଅଭିଯୋଗ ହୋଇଛି। ମିଲ୍‍ ମାଲିକଙ୍କ ମନମୁଖୀ କାର୍ଯ୍ୟ ପାଇଁ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଥିବା ସମ୍ପର୍କରେ ପଶ୍ଚିମବାଙ୍କୀ କୃଷକ ପରିଷଦର ସମ୍ପାଦକ ପ୍ରଦୀପ୍ତ କୁମାର ପଟ୍ଟନାୟକ, ପ୍ରସନ୍ନ ରାଉତରାୟ, ମାନସ ରଂଜନ ପଣ୍ଡା ପ୍ରମୁଖ ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନାଙ୍କୁ ଅଭିଯୋଗପତ୍ର ପ୍ରଦାନ କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ ଜଣାଇଛନ୍ତି। ଏହି ଅଭିଯୋଗ ପତ୍ରର ଅବିକଳ ନକଲ ସଚିବ ଖାଦ୍ୟ ଓ ଯୋଗାଣ ବିଭାଗ ଏବଂ ଜିଲ୍ଲାପାଳ କଟକଙ୍କୁ ପ୍ରଦାନ କରାଯାଇଥିବା ସମ୍ପର୍କରେ ଅଭିଯୋଗପତ୍ରରେ ଦର୍ଶାଯାଇଛି।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories