କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ଆରଏମସି ୟାର୍ଡଠାରେ ରାୟଗଡା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ରବି ଚାଷ ପାଇଁ ମଣ୍ଡି ଉଦଘାଟନ କରାଯାଇଛି। ଏଥିରେ ସମବାୟ ସମିତି ଲି. ମିନି ବ୍ୟାଙ୍କର ଶାଖା ପରିଚାଳକ ସି ହେଚ କୋଟେଶ୍ୱର ରାଓ ମୁଖ୍ୟ ଅତିଥି ଭାବେ ରହି ରବି ଚାଷର ମଣ୍ଡି ଉଦଘାଟନ କରିଥିଲେ। ରବି ଚାଷ ପାଇଁ ବ୍ଲକରେ ୯ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିବା ବେଳେ କେବଳ ଗୋଟିଏ ଚାଷୀ ସୁଦାମ ନାୟକଙ୍କ ଧାନ ବିକ୍ରି କରିବା ପାଇଁ ନାମ ରହିଛି। ଉକ୍ତ ବ୍ଲକରେ ଏକ ହଜାର କ୍ବିଣ୍ଟାଲ ଧାନ କିଣିବା ପାଇଁ ରହିଥିବା ଶାଖା ପରିଚାଳକ ସୂଚନା ଦେଇଛନ୍ତି। ଏହା ଗୋଟିଏ ମାସର ପ୍ରତ୍ୟେକ ସୋମବାର ଦିନ ହିଁ ବୁଡ଼ାଗୁଡାଠାରେ କିଣାଯିବ ବୋଲି କହିଛନ୍ତି। ଏଥିରେ ଲ୍ୟାମ୍ପ କର୍ମଚାରୀ ଓ କିଛି ଚାଷୀ ଉପସ୍ଥିତ ଥିଲେ।
Popular Categories



