www.samajalive.in
Monday, December 15, 2025
27.1 C
Bhubaneswar

୫ ବର୍ଷ ପରେ ପୁଣି ମାନସରୋବର ଯାତ୍ରା

ନୂଆଦିଲ୍ଲୀ : ଦୀର୍ଘ ପାଞ୍ଚବର୍ଷର ବ୍ୟବଧାନ ପରେ ଚଳିତବର୍ଷ ପୁଣି କୈଳାସ ମାନସରୋବର ଯାତ୍ରା ଆରମ୍ଭ ହେବ ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜଏସୱାଲ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ୨୦୨୦ ଜୁନରେ ଭାରତ-ଚୀନ୍‌ ମଧ୍ୟରେ ସୀମା ସଂଘର୍ଷ ଆରମ୍ଭ ହେବାପରେ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଚୀନ୍‌ ସହ ସମ୍ପର୍କରେ ଉନ୍ନତି ଘଟିଥିବାରୁ ମାନସରୋବର ଯାତ୍ରା ନେଇ ଭାରତ ସରକାର ଚୀନ୍‌ ପ୍ରତିପକ୍ଷଙ୍କ ସହ ଆଲୋଚନା କରିସାରିଛନ୍ତି। ଏ ସଂକ୍ରାନ୍ତରେ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଏସ୍‌ୱାଲ କହିଛନ୍ତି। ତେବେ ଚଳିତବର୍ଷ ଲିପୁଲେଖ୍‌ ସମେତ ଡେମ୍‌ଚୋକ୍‌ ରାସ୍ତା ଦେଇ ଭାରତୀୟ ଶ୍ରଦ୍ଧାଳୁ ମାନସରୋବର ଯାତ୍ରା କରିବେ ବୋଲି ଆଶା କରାଯାଉଛି। ଅବଶ୍ୟ ଚୀନ ସରକାରଙ୍କ ସହ ଆଲୋଚନା ପରେ ଏହି ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories