ସାନା : ଆମେରିକାର ଲଢୁଅ ବିମାନଗୁଡିକ ଗୁରୁବାର ୟେମେନର ରାସ୍ ଇସା ବନ୍ଦର ଉପରେ ପ୍ରଚଣ୍ଡ ବୋମାମାଡ କରିଥିବାବେଳେ ୨୦ ଜଣ ପ୍ରାଣ ହରାଇଛନ୍ତି। ୫୦ରୁ ଅଧିକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୟେମେନରେ ସକ୍ରିୟ ଥିବା ହୁତି ବିଦ୍ରୋହୀମାନେ ଏହି ବନ୍ଦରରେ ଆଡ୍ଡାସ୍ଥଳୀ ଜମାଇଥିବା ଜଣାପଡିବା ପରେ ଏଭଳି ଆକ୍ରମଣ କରାଯାଇଥିବା କୁହାଯାଇଛି। ଆମେରିକାର ପରମ ଶତ୍ରୁ ଇରାନ ଏହି ହୁତି ବିଦ୍ରୋହୀଙ୍କୁ ସମର୍ଥନ କରୁଥିବାରୁ ସେମାନଙ୍କୁ ନିପାତ କରିବାକୁ ଏଭଳି ଆକ୍ରମଣ ଜାରି ରହିଛି। ଲୋହିତ ସାଗର ଦେଇ ଯାତ୍ରା କରୁଥିବା ବିଦେଶୀ ପଣ୍ୟବାହୀ ଜାହାଜଗୁଡିକୁ ହୁତି ବିଦ୍ରୋହୀ ଟାର୍ଗେଟ କରିଆସୁଛନ୍ତି। ୟେମେନର ଏହି ବନ୍ଦର ଦେଇ ତୈଳ ରପ୍ତାନୀ କରାଯାଉଥିବାବେଳେ ହୁତି ବିଦ୍ରୋହୀ ବିପୁଳ ଅର୍ଥ ରୋଜଗାର କରୁଛନ୍ତି। ଗୁରୁବାର ହୋଇଥିବା ଆକ୍ରମଣର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁୁଛି।
ୟେମେନ ଉପରେ ଆମେରିକାର ଆକ୍ରମଣ, ୨୦ ମୃତ
Popular Categories



