www.samajalive.in
Monday, December 15, 2025
15.1 C
Bhubaneswar

ମାନସ ସାମଲଙ୍କୁ ବାଲ୍ ସାହିତ୍ୟ ପୁରସ୍କାର

ଭୁବନେଶ୍ବର: ୨୦୨୪ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ ମର୍ଯ୍ୟାଦାଜନକ ବାଲ୍ ସାହିତ୍ୟ ପୁରସ୍କାର ବିଶିଷ୍ଟ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲଙ୍କୁ  ପ୍ରଦାନ କରାଯାଇଛି। ନଭେମ୍ବର ୧୪ ଓ ୧୫ ତାରିଖ ଦୁଇ ଦିନ ଧରି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଗୌମତୀ ନଗରସ୍ଥିତ ଭାଗିଦାରୀ ଭବନଠାରେ ଆୟୋଜିତ ଚଳିତ ବର୍ଷର ବାଲ ସାହିତ୍ୟ ପୁରସ୍କାର ବିତରଣ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ‘ଶିଶୁ ସାହିତ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ସଂପର୍କିତ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।  ଏହି ଉତ୍ସବରେ ସାହିତ୍ୟ ଏକାଡେମୀ ସଭାପତି ମାଧବ କୌଶିକ ପୁରସ୍କାର ସ୍ୱରୂପ ଶ୍ରୀ ସାମଲଙ୍କୁ ଉତ୍ତରୀୟ, ସ୍ମୃତିଫଳକ ଓ ପଚାଶ ହଜାର ଟଙ୍କା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବରେ ବିଶିଷ୍ଟ ଲେଖକ ଓ ଗବେଷକ ସୂର୍ଯ୍ୟ ପ୍ରସାଦ ଦୀକ୍ଷିତ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀ ଉପସଭାପତି କୁମୁଦ ଶର୍ମା, ସଚିବ କେ. ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ସାମଲ ୨୦ରୁ ଅଧିକ ମୌଳିକ ପୁସ୍ତକ ତଥା ୨୫୦ରୁ ଅଧିକ ଅନୁବାଦ ପୁସ୍ତକର ସ୍ରଷ୍ଟା।  ସେ  ଜାତୀୟ ପୁସ୍ତିକା ଟ୍ରଷ୍ଟର ଓଡ଼ିଆ ଭାଷା ପରାମର୍ଶଦାତା ମଣ୍ଡଳୀର ସଦସ୍ୟ ଅଛନ୍ତି। ସେ ଗତ ୩୭ବର୍ଷ ଧରି ଶିଶୁ ଓ କିଶୋର ସାହିତ୍ୟ ପତ୍ରିକା ‘ଝୁମୁକା’ର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ‘ଆମ ସ୍କୁଲ’, ‘ପରିବର୍ତ୍ତନ’ଓ ‘ସୁରଭି’ର ମଧ୍ୟ ସମ୍ପାଦନା କରିଛନ୍ତି। ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ଏନ୍‌ସିଇଆର୍‌ଟି ଜାତୀୟ ପୁରସ୍କାର, ପ୍ରଜାତନ୍ତ୍ର ବିଷୁବ ମିଳନ ମୀନାବଜାର ପୁରସ୍କାର, ରାଜଧାନୀ ପୁସ୍ତକମେଳା, ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର ଆଦି ଅନେକ ସମ୍ମାନ ପାଇଛନ୍ତି। ଶ୍ରୀ ସାମଲ ଅତୀତରେ ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରରେ ମଧ୍ୟ କାମ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories