www.samajalive.in
Monday, December 15, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ: ଟିଏମସି ନେତାଙ୍କୁ କିପରି ଗୁଳିକରି ହତ୍ୟା କରିବାକୁ ଉଦ୍ୟମ କରୁଥିଲେ ଯୁବକ, ହେଲେ ବନ୍ଧୁକ ନ ଚାଲିବାରୁ ବର୍ତ୍ତିଗଲା ଜୀବନ

ସମାଜ ଡିଜିଟାଲ ଡେସ୍କ: କଲକାତାରେ ଜଣେ ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା ଉଦ୍ୟମ କରାଯାଇଛି। କିନ୍ତୁ ଠିକ୍‌ ସମୟରେ ବନ୍ଧୁକ ନ ଚାଲିବାରୁ ବର୍ତ୍ତିଯାଇଛି ଟିଏମସି ନେତା। ଏହି ଘଟଣାର ପୂରା ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, କଲକାତା ମହାନଗର ନିଗମର କାଉନସିଲର ସୁଶାନ୍ତ ଘୋଷ ସନ୍ଧ୍ୟାରେ ଘର ବାହାରେ ନିଜ ସ୍ତ୍ରୀଙ୍କ ସହିତ ବସି କଥା ହେଉଛନ୍ତି। କିଛି ସମୟ ପରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଆସି ସେଠାରୁ ଅଟକୁଛନ୍ତି। ପଛରେ ବସିଥିବା ଯୁବକ ବନ୍ଧୁକ ବାହାର କରି ସୁଶାନ୍ତଙ୍କ ଅତି ନିକଟକୁ ଯାଇ ଗୁଳି କରିବାକୁ ଉଦ୍ୟମ କରୁଛି। କିନ୍ତୁ ବନ୍ଧୁକରୁ ଗୁଳି ଫୁଟି ନାହିଁ। ସୁଶାନ୍ତ ଉକ୍ତ ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରିଛନ୍ତି। ଯୁବକ ଜଣକ ସ୍କୁଟିରେ ଫେରାର ହୋଇଯାଉଥିବାବେଳେ ସୁଶାନ୍ତ ଏବଂ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛନ୍ତି। ଅନ୍ୟ ଜଣେ ଫେରାର ହୋଇଯାଇଛି। ପୁଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

- Advertisement -

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories