ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ଆର୍କନସାସ ରାଜ୍ୟରେ ଜଣେ ଶିଶୁ ହତ୍ୟାକାରୀକୁ ସ୍ଥାନୀୟ କୋର୍ଟ ୫୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପରିକି ଆଗାମୀ ୫୦ବର୍ଷ ପର୍ଯ୍ୟନ୍ତ ସେ ପାରୋଲ୍ରେ ମୁକୁଳିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଟ୍ରାଫିକ ସିଗନାଲରେ ଛିଡ଼ା ହୋଇଥିବା ଏକ ଗାଡ଼ି ଉପରକୁ ଗ୍ୟାରୀ ଇଗୁନି ହୋମ୍ସ ନାମକ ଜଣେ ବ୍ୟକ୍ତି ଗୁଳି ଚଳାଇଥିଲେ। କାରଟିକୁ ଜଣେ ପ୍ରୌଢ଼ ଚଲାଉଥିଲେ। ଏକ ଟ୍ରାଫିକ ସିଗନାଲରେ ନାଲି ବତି ଯୋଗୁଁ ତାଙ୍କ କାର ଅଟକି ଥିଲା। ଏହି ସମୟରେ ଗ୍ୟାରୀଙ୍କ କାର ମହିଳାଙ୍କ କାର ପଛରେ ଥିଲା। ଗ୍ୟାରୀ ବାରମ୍ବାର ହର୍ଣ୍ଣ ବଜାଇବାରୁ ମହିଳା ଜଣକ ରାଗି ଯାଇ କାରରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ଗ୍ୟାରୀ ମହିଳାଙ୍କ କାର ଉପରେ ଗୁଳି ମାଡ଼ କରିଥିଲେ। ମହିଳା ଜଣକ ଭୟଭୀତ ହୋଇ ନିକଟସ୍ଥ ସପିଂ ସେଣ୍ଟରକୁ ପଳାଇ ଯାଇଥିଲେ। ତେବେ ସେଠାରେ ପହଞ୍ôଚବା ପରେ ପଛ ଆସନରେ ତାଙ୍କ ନାତିକୁ ମୂର୍ଚ୍ଛିତ ଅବସ୍ଥାରେ ଉଦ୍ଧାର କରିଥିଲେ। ଗ୍ୟାରୀଙ୍କ ଗୁଳି ତାଙ୍କ ନାତିଙ୍କ ଦେହରେ ବାଜିଥିବା ଜଣାପଡ଼ିବା ପରେ ତାକୁ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଯାଇଥିଲା।
ମାମଲାର ବିଚାର କରି ସ୍ଥାନୀୟ କୋର୍ଟ ଗ୍ୟାରୀଙ୍କୁ ୫୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପରିକି ୫୦ବର୍ଷ ସମୟସୀମା ମଧ୍ୟରେ ଗ୍ୟାରୀ ପାରୋଲ ଆବେଦନ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦେଶରେ ସ୍ପଷ୍ଟ କରିଛନ୍ତି। ଗ୍ୟାରୀଙ୍କୁ କୋର୍ଟ ଅବିବେକୀ ଆତତାୟୀ ଦର୍ଶାଇ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।
୩ବର୍ଷର ଶିଶୁ ହତ୍ୟାକାରୀକୁ ୫୦ବର୍ଷ ଜେଲ
Popular Categories



