www.samajalive.in
Monday, December 15, 2025
15.1 C
Bhubaneswar

ମୁସଲିମ୍‍ ରାଷ୍ଟ୍ରୀୟ ମଞ୍ଚ ପକ୍ଷରୁ ଅଭିନବ ଇଦ୍‍ ଉତ୍ସବ

ଲକ୍ଷ୍ନୌ: ମୁସଲିମ୍‍ ରାଷ୍ଟ୍ରୀୟ ମଞ୍ଚ ଅଭିନବ ଉପାୟରେ ଇଦ୍‍ ଉତ୍ସବ ପାଳନ କରି ଉଦାହରଣ ସୃଷ୍ଟି କରିଛି। ମଞ୍ଚର ଆହ୍ୱାନକ୍ରମେ ଏହାର ୧୩ ଲକ୍ଷ ସଦସ୍ୟ ଉତ୍ତରପ୍ରଦେଶରେ ପଶୁ ହତ୍ୟା ବଦଳରେ ଛେଳିର ଫଟୋଚିତ୍ର ରଖି କେକ୍‍ କାଟି ଇଦ୍‍ ପାଳନ କରିଛନ୍ତି। ଏହାକୁ ‘ଇକୋ ଫ୍ରେଣ୍ଡଲି ଇଦ୍‍’ ଭାବେ ମଞ୍ଚ ପକ୍ଷରୁ ବର୍ଣ୍ଣନା କରାଯାଇଛି।
ମଞ୍ଚର ଉପସଭାପତି ରଇଜ୍‍ ରାଜା କହଛନ୍ତି ଯେ ପଶୁ ହତ୍ୟାପାଇଁ କୁରାନ୍‍ରେ କୁହାଯାଇନାହିଁ। ଯେଉଁ ବ୍ୟକ୍ତିମାନେ ପଶୁପକ୍ଷୀଙ୍କ ଯତ୍ନ ନିଅନ୍ତି ସେମାନଙ୍କ ପ୍ରତି ସଦୟ ହୁଅନ୍ତି ବୋଲି କୁରାନ୍‍ରେ ଉଲ୍ଲେଖ ରହିଛି। ପୂର୍ବ ସରକାର ଅମଳରେ ମଞ୍ଚର ଏହି ଆହ୍ୱାନକୁ ପାଳନ କରାଯାଇ ନଥିଲା। କିନ୍ତୁ ବର୍ତ୍ତମାନର ଯୋଗୀ ଆଦିତ୍ୟନାଥଙ୍କ ସରକାର ମଞ୍ଚର ଆହ୍ୱାନକୁ ସମ୍ମାନ ଜଣାଇ ପଶୁ ହତ୍ୟା ବନ୍ଦ କରିବାକୁ ଘୋଷଣା କରିଛନ୍ତି ବୋଲି ରାଜା କହିଛନ୍ତି। ଇଦ୍‍ ଅବସରରେ ସର୍ବସାଧାରଣରେ ପଶୁ ହତ୍ୟା କରାଯାଇପାରିବ ନାହିଁ ବୋଲି ଉତ୍ତର ପ୍ରଦେଶସରକାର ଓ ପୁଲିସ ଗତ ସୋମବାର ଆଦେଶନାମା ଜାରି କରିବା ସହିତ ପଶୁ ହତ୍ୟା ବେଳେ ସେଲ୍‍ଫି ଉତ୍ତୋଳନ ଉପରେ ମଧ୍ୟ କଟକଣା ଜାରି କରିଥିଲେ। ଅପରପକ୍ଷରେ ସ୍ୱାଭାବିକ ଭାବେ ଏହାକୁ ନେଇ ପ୍ରତିବାଦର ସ୍ୱର ଉଠିଛି। କେଏଫ୍‍ସି ଓ ମ୍ୟାକ ଡୋନାଲ୍ଡ ପରି ସଂସ୍ଥା ଦୈନିକ ଲକ୍ଷାଧିକ ପଶୁ ହତ୍ୟା କରୁଥିବା ବେଳେ ସେମାନଙ୍କ ଉପରେ କାହିଁକି କଟକଣା ଲାଗୁ କରାଯାଉ ନାହିଁ ବୋଲି ଲକ୍ଷ୍ନୌ ସ୍ଥିତ ଇମାମ ଇଦ୍‍ଗାହ ପ୍ରଶ୍ନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories