www.samajalive.in
Wednesday, December 10, 2025
16.1 C
Bhubaneswar

ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ପ୍ରସଙ୍ଗ: ଆଦିବାସୀଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ଚାହୁଁଥିଲେ ଚାଉ

ପୋର୍ଟବ୍ଲେୟାର : ଆଣ୍ଡାମାନର ଉତ୍ତର ସେଣ୍ଟିନେସିଲ ଦ୍ୱୀପରେ ସ୍ଥାନୀୟ ଜନଜାତିଙ୍କ ଆକ୍ରମଣରେ ପ୍ରାଣହରାଇଥିବା ଆମେରିକୀୟ ପର୍ଯ୍ୟଟକ ଜନ ଆଲେନ ଚାଉଙ୍କର ଏକ ଚିଠି ଏବେ ଚର୍ଚ୍ଚାକୁ ଆସିଛି। ଏହି ଜନଜାତିଙ୍କୁ ସେ ସମାଜର ମୁଖ୍ୟସ୍ରୋତକୁ ଆଣିବା ସହ ଯିଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ସୂଚନା ଦେଇ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ କରିବାକୁ ଚାହୁଁଥିଲେ ବୋଲି ଉକ୍ତ ପତ୍ରରୁ ଜଣାପଡ଼ିଛି। ମୃତ୍ୟୁ ପୂର୍ବରୁ ନିଜ ପିତାମାତାଙ୍କୁ ସେ ଏହି ଚିଠି ଲେଖିôଥିଲେ; ଯାହା ଏବେ ପ୍ରକାଶିତ ହୋଇଛି। ଚାଉ ଏଥିରେ ଲେଖିଥିଲେ ଯେ ‘ବାହ୍ୟଜଗତଠାରୁ ସମ୍ପୂର୍ଣ୍ଣ ପୃଥକ ହୋଇ ରହୁଥିବା ଏହି ଆଦିବାସୀମାନଙ୍କ ଜୀବନ ସେମାନଙ୍କ ହାତରେ ସୀମିତ। ସେମାନେ ନିଜ ଈଶ୍ୱରଙ୍କୁ ଆଉ କେତେ କାଳ ନିଜ ଭାଷାରେ ପୂଜା କରିବେ ତାହା ଦେଖିବାକୁ ଅପେକ୍ଷା କରିପାରିବି ନାହିଁ। ଯଦି ମୁଁ ପ୍ରାଣହରାଏ ତା’ହେଲେ ଏହି ଆଦିବାସୀ ଏବଂ ଈଶ୍ୱରଙ୍କ ଉପରେ କ୍ରୋଧିତ ହେବେ ନାହିଁ। ଏହା ମୋର ନିବେଦନ।’
ଅନ୍ୟପଟେ ଆଦିବାସୀମାନେ ତାଙ୍କୁ ଦୁଇ ଦିନ ବନ୍ଧକ ରଖିବା ପରେ ହତ୍ୟା କରିଥିଲେ ବୋଲି ତଦନ୍ତରୁ ଜଣାପଡିଛି। ସେ ଫୁଟବଲ ଭଳି କିଛି ସାମଗ୍ରୀ ଦେଇ ସେମାନଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ ଉଦ୍ୟମ କରିବାରୁ ଉତ୍‍କ୍ଷିପ୍ତ ଆଦିବାସୀ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି। ପୁଲିସ ସୂଚନାନୁସାରେ ଚାଉ ଏହି ଦ୍ୱୀପରେ ପହଞ୍ଚିବା ପରେ ଆଦିବାସୀଙ୍କ ନିକଟକୁ ଯାଇ ଫୁଟ୍‍ବଲ, ଖେଳିବା ରିଙ୍ଗ, ବଂଶୀକଣ୍ଟା, କଇଁଚି ଏବଂ ଚିକିତ୍ସା ସାମଗ୍ରୀ ପ୍ରଭୃତି ପ୍ରଦାନ କରିଥିଲେ। ସେ ବନ୍ଧୁତ୍ୱ ସ୍ଥାପନ ଉଦ୍ୟମ କରିବା ଦେଖି ଉତ୍‍କ୍ଷିପ୍ତ ଜଣେ ଆଦିବାସୀ ତାଙ୍କ ଉପରକୁ ତୀରମାଡ କରିଥିଲେ। ନଭେମ୍ବର ୧୬ରେ ତାଙ୍କୁ ଶେଷଥର ପାଇଁ ଜୀବିତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ନଭେମ୍ବର ୧୭ ପୂର୍ବାହ୍ଣ ୬ଟା ୩୦ ମିନିଟରେ ଧୀବରମାନେ ଚାଉଙ୍କ ମୃତଦେହକୁ ଆଦିବାସୀମାନେ ଘୋଷାରି ନେଇ ବେଳାଭୂମିରେ ପୋତିଦେବାର ଦେଖିଥିଲେ ବୋଲି ପୁଲିସ ଡିଜିପି କହିଛନ୍ତି। ତଦନ୍ତବେଳେ ପୁଲିସ ଚାଉଙ୍କ ହାତଲେଖା ଏକ ଡାଏରୀ ପାଇଛି। ଏଥିରେ ଚାଉ ନଭେମ୍ବର ୧୪ରୁ ୧୬ ତାରିଖ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଆଦିବାସୀଙ୍କ ଆଡକୁ କିଛି ମାଛ ଫିଙ୍ଗିଥିଲେ; ମାତ୍ର ସେମାନେ ତୀର ଭଳି ବିଭିନ୍ନ ଅସ୍ତ୍ରରେ ସଜ୍ଜିତ ହୋଇ କୂଳକୁ ଆସିବାରୁ ସେ ଭୟଭୀତ ହୋଇ ଆଖିପିଛୁଳାକେ ନୌକା ନିକଟକୁ ଫେରି ଆସିଥିଲେ। ପରେ ସେ ପୁନଃ ସେମାନଙ୍କ ନିକଟକୁ ଯିବା ପାଇଁ ଉଦ୍ୟମ କରିଥିଲେ। ଜଣେ ବାଳକ ତାଙ୍କୁ ତୀର ମାରି ଆହତ କରିଥିଲେ। ଚାଉ ନୌକାକୁ ଫେରି ଡାଏରୀଟିକୁ ତାଙ୍କର ଜଣେ ବନ୍ଧୁଙ୍କ ଉଦ୍ଦେଶ୍ୟରେ ଧୀବରମାନଙ୍କୁ ଦେଇ ପୁଣି ଦ୍ୱୀପ ଆଡକୁ ଫେରିଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ସେଣ୍ଟିନେସିଲ ଦ୍ୱୀପକୁ ଯିବା ଲାଗି ଚାଉ ପୋର୍ଟବ୍ଲେୟାରର କିଛି ଧୀବରଙ୍କୁ ଅର୍ଥପ୍ରଲୋଭନ ଦେଇ ସଫଳ ହୋଇଥିଲେ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories