www.samajalive.in
Friday, December 12, 2025
14.1 C
Bhubaneswar

ସ୍ତ୍ରୀଙ୍କ ସହ ଝଗଡ଼ା ପରେ କାଠଯୋଡ଼ିକୁ ଡେଇଁଲେ ଯୁବକ

କଟକ : କଟକ କାଠଯୋଡ଼ି ପୋଲ ଉପରୁ ବୁଧବାର ଜଣେ ଯୁବକ ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ସେ ନଦୀକୁ ଡେଇଁ ପଡିଛନ୍ତି।
ସୂଚନା ମୁତାବକ, ଯୁବକଜଣକ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ଏକ ବାଇକ୍‌ରେ କାଠଯୋଡ଼ି ପୋଲ ଉପର ଦେଇ ଯାଉଥିଲେ। ହଠାତ୍ ବାଇକ୍ ଅଟକାଇ ସେ ପୋଲରୁ ନଦୀକୁ ଡେଇଁ ପଡ଼ିଥିଲେ। ତେବେ ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ସେ ନଦୀକୁ ଡେଇଁଥିବା ତାଙ୍କ ସ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଓଡ୍ରାଫ୍‌ ଟିମ୍‌କୁ ଖବର ଦେବା ପରେ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମାତ୍ର ଉଦ୍ଧାର କରିବାକୁ ଆସିଥିବା ଓଡ୍ରାଫ୍ ଟିମ୍‌ର ବୋଟ୍ ଅନେକ ସମୟ ଧରି ଷ୍ଟାର୍ଟ ନ ହେବାରୁ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିଛି ସମୟ ପରେ ବୋଟ୍‌ ଷ୍ଟାର୍ଟ ହେବାରୁ ଟିମ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ ଯୁବକଙ୍କ ସନ୍ଧାନ ମିଳି ନ ଥିବାରୁ ସ୍କୁବା ଡାଇଭର୍ ଗଭୀର ପାଣିରେ ତାଙ୍କୁ ଖୋଜିବେ ବୋଲି ସୂଚନା ମିଳିଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories