ଦ୍ୱାରଶୁଣି : ମୟୁରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ କପାଡିହା ଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ ଜଟିଆଶୋଳ ଗ୍ରାମର ସୁନାରାମ ମାରାଣ୍ଡି।
ସୂଚନା ଅନୁଯାୟୀ, ସୁନାରାମ ନିଜ ସ୍ତ୍ରୀଙ୍କ ସହିତ ଯୋକାଠାରେ ରାବଣପୋଡ଼ି ଦେଖିବାକୁ ଯାଇଥିଲେ। ସ୍ତ୍ରୀ ପୂର୍ବରୁ ଘରକୁ ଫେରି ଆସିଥିଲେ। ବିଳମ୍ବିତ ରାତିରେ ସୁନାରାମ ଘରକୁ ଫେରୁଥିବା ସମୟରେ ମିଳିତ ଭାବେ କେହି ତାଙ୍କ ତଣ୍ଟି କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗ୍ରାମବାସୀମାନେ ମୃତଦେହ ପଡ଼ିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।



