www.samajalive.in
Friday, December 12, 2025
27.1 C
Bhubaneswar

ବଲାଣି ଗୋପବନ୍ଧୁ ଛକ ଠାରେ ଗୋପବନ୍ଧୁ ଜୟନ୍ତୀ ପାଳିତ

କେନ୍ଦୁଝର : କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଉପାନ୍ତ ତଥା ଖଣି ଅଞ୍ଚଳ ବଲାଣି ଗୋପବନ୍ଧୁ ଛକ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୨ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସେଲ ବଲାଣି ଖଣିର ଉତ୍କଳ ଦିବସ ପାଳନ ସମିତି , ବଲାଣି ବିକାଶ ପରିଷଦ ଏବଂ ବସୁନ୍ଧରା ମିଳିତ ଆନୁକୂଲ୍ୟରେ ଏହି ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଉତ୍କଳ ଦିବସ ପାଳନ ସମିତିର ସଭାପତି ନନ୍ଦକିଶୋର ସେଠି , ବଲାଣି ଜନକଲ୍ୟାଣ ସମିତିର ସମ୍ପାଦକ ସଞ୍ଜୟ କୁମାର ଦେଓ ଅତିଥି ଭାବେ ଯୋଗ ଦେଇ ବଲାଣି ଗୋପବନ୍ଧୁ ଛକ ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବିଶିଷ୍ଟ ସାହିତ୍ୟିକ ଦେଵବ୍ରତ ଧଳ ସଭା ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସହ ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗ ଦେଇ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଉତ୍କଳ ଦିବସ ପାଳନ ସମିତିର ସମ୍ପାଦକ ପ୍ରଶାନ୍ତ ଦାସ, ସଦସ୍ୟ ରାଜେନ୍ଦ୍ର ଖଟୁଆ, ଦିଲୀପ ନାୟକ, ଦେବାଶିଷ ନନ୍ଦ, ପୀତବାସ ପଣ୍ଡା, କମଳ ଲୋଚନ ମହାନ୍ତି,ଋଷି ବାରିକ, ସରୋଜ ମହାପାତ୍ର, ବାପୁ ଜେନା, କୁନା ମହାନ୍ତି, ରୂପକ ଦାସ, କ୍ଷିତିଶ ଚନ୍ଦ୍ର ମହାନ୍ତ, ପଦ୍ମଲୋଚନ ମହାନ୍ତ, କହ୍ନଇ ମହାନ୍ତ ଏବଂ ସମାଜ ପ୍ରତିନିଧି ସିବାଶିଷ୍ ନନ୍ଦ ପରିଚାଳନା କରିଥିଲେ ।

- Advertisement -

 

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories