www.samajalive.in
Monday, December 15, 2025
15.1 C
Bhubaneswar

ଝରଣା ସାମ୍ନାରେ ରିଲ୍ସ କରୁ କରୁ ଭାସିଗଲେ ଯୁବକ; ଦେଖନ୍ତୁ ଛାତିଥରା ଦୃଶ୍ୟ

ବେଙ୍ଗାଲୁରୁ: ଆଜିକାଲିର ଯୁବପୀଢିଙ୍କ ମଧ୍ୟରେ ଫଟୋ, ଭିଡିଓ ଏବଂ ସେଲ୍‌ଫି ସହ ରିଲ୍ସ ତିଆରି କରିବାକୁ ନେଇ ମଧ୍ୟ ଏକ ପ୍ରକାର ପାଗଳାମୀ ଦେଖିବାକୁ ମିଳୁଛି। ଏହି ନିଶାରେ ସେମାନେ ନିଜ ଜୀବନ ବିଷୟରେ ମଧ୍ୟ ଚିନ୍ତା କରୁନାହାନ୍ତି। ଆଜିକାଲି ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି, ଯେଉଁଥିରେ ସେଲ୍‌ଫି କିମ୍ବା ରିଲ୍ସ ଚକ୍କରରେ ଲୋକଙ୍କୁ ନିଜ ଜୀବନ ହରାଇବାକୁ ପଡ଼ୁଛି। ନିକଟରେ କର୍ଣ୍ଣାଟକରୁ ଠିକ୍‌ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଝରଣା ନିକଟରେ ଇନ୍‌ଷ୍ଟାଗ୍ରାମ ରିଲ୍ସ କରିବା ମହଙ୍ଗା ପଡ଼ିଲା। ରିଲ୍ସ ପାଇଁ ପୋଜ୍‌ ଦେଉ ଦେଉ ଭାସିଗଲେ ଯୁବକ। କୋଲ୍ଲୁର ଗ୍ରାମରୁ ପ୍ରାୟ ୬ କିମି ଦୂରରେ ସ୍ଥିତ ଅରାସିନାଗୁଣ୍ଡି ଝରଣା ସାମ୍ନାରେ ରବିବାର ଘଟିଛି ଏହି ଘଟଣା।

- Advertisement -

ପୁଲିସ ସୂଚନା ମୁତାବକ, ଭାସିଯାଇଥିବା ଯୁବକ ଜଣକ ଶିବମୋଗା ଜିଲାର ଭଦ୍ରାବତୀ ବାସିନ୍ଦା ଶରତ କୁମାର(୨୩) ବୋଲି ଜଣାପଡ଼ିଛି। ଅରାସିନାଗୁଣ୍ଡି ଝରଣା ସାମ୍ନାରେ ରିଲ୍ସ କରୁ କରୁ ଯୁବକ ଜଣକ ଝରଣାର ସ୍ରୋତରେ ଭାସି ଯାଇଥିବା ବେଳେ ୨ ଦିନ ହେଲା ତାଙ୍କ ପତ୍ତା ମିଳୁନି। କର୍ଣ୍ଣାଟକାରେ ଏବେ ଲଗାଣ ବର୍ଷା ଚାଲିଥିବା ବେଳେ ନଦୀ, ଝରଣା ସବୁ ଉଛୁଳି ରହିଛି। ଏହି ସମୟରେ ରିଲ୍ସ କରିବା ଚକ୍କରରେ ଶରତ ନିଜ ସାଙ୍ଗଙ୍କ ସହ ଝରଣା ନିକଟକୁ ଆସିଥିଲେ। ସାଙ୍ଗଜଣକ ରେକର୍ଡିଂ କରୁଥିବା ବେଳେ ଯୁବକ ଧୀରେ ଧୀରେ ଝରଣା ନିକଟକୁ ଯିବାକୁ ଲାଗିଲେ। ଇତି ମଧ୍ୟରେ ଅସାବଧାନତାବଶତଃ ତାଙ୍କ ଗୋଡ଼ ଖସିଗଲା ଏବଂ ସେ ଝରଣା ସ୍ରୋତରେ ଭାସିଗଲେ। ଏହି ସମୟର ଭିଡିଓ ତାଙ୍କ ସାଙ୍ଗ ରିଲ୍ସ କରୁଥିବା ଫୋନ୍‌ରେ କଏଦ ହୋଇଛି, ଆଉ ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ତେବେ ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପୁଲିସ ଓ ଉଦ୍ଧାରକାରୀ ଦଳ ୨ ଦିନ ହେଲାଣି ଭାସି ଯାଇଥିବା ଯୁବକଙ୍କୁ ଖୋଜୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳିନି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories