ଟ୍ରେନ୍ ଧକ୍କାରେ ଜଣେ ମୃତ : ଟ୍ରାକ୍ ଉପରେ ପରିବାର ଲୋକଙ୍କ ଧାରଣା
ଧାମରା : ଭଦ୍ରକ ଜିଲା ଧାମରା ନିକଟସ୍ଥ ଗୁଆଁଳ ରେଳ ଫାଟକ ନିକଟରେ ରେଳ ଦୁର୍ଘଟଣାରେ ମଙ୍ଗଳବାର ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଅନାଦି ପଣ୍ଡିତ ବୋଲି ଜଣା ପଡ଼ିଛି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକେ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରି ରେଳ ଟ୍ରାକ୍ ଉପରେ ଧାରଣାରେ ବସିଛନ୍ତି।।
ସୂଚନା ଅନୁସାରେ, ଆଜି ସକାଳ ସମୟରେ ସେ ରେଳ ଧାରଣା ପାର ହେଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଧାମରା ପୁଲିସ ଘଟଣା ସ୍ଥଳରେ ପହଁଚିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ପଥରେ ରେଳ ଯାତାୟତ ବନ୍ଦ ରହିଛି।
Comments are closed.