www.samajalive.in
Saturday, December 6, 2025
15.1 C
Bhubaneswar

ବାରହା ଫାସ ପାଇଁ ବିଛା ହୋଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଭଣଜା ମୃତ ଓ ମାମୁଁ ଗୁରୁତର, ବିଭାଗୀୟ ଅବହେଳାକୁ ନେଇ ତୀବ୍ର ଉତ୍ତେଜନା

ବିନିକା : ବିନିକା ଥାନା ଅନ୍ତର୍ଗତ ସିଲାଟୀ ଚୌକିଯୋର ଚେକଡ୍ୟାମ ଘାଟ ନିକଟରେ ୧୧ କେଭି ବିଦ୍ୟୁତ୍ ତାର ବିଛାଇ ବାରହା ଫାସ ବସାଇଥିବା ବେଳେ ତାର ସଂସ୍ପର୍ଶରେ ଆସି ଭଣଜାର ମୃତ୍ୟୁ ଘଟିଥିବା ବେଳେ ମାମୁଁ ଗୁରୁତର ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ହସ୍ତଗତ ରିପୋର୍ଟ ଅନୁସାରେ ଉକ୍ତ ଗ୍ରାମର ମନୋଜ ବଣିଆ(୩୨) ଓ ତାଙ୍କ ଭଣଜା ତ୍ରୀଲୋଚନ ସାଥୁଆ(୧୭) ଦୁହେଁ ବାଇକ୍ ଯୋଗେ ଚୌକିଯୋର ଚେକଡ୍ୟାମ ଘାଟକୁ ଯାଉଥିବା ବେଳେ ସେଠାରେ ବିଛା ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମନୋଜ ବଣିଆ ଛିଟିକି ପଡ଼ିଥିବା ବେଳେ ତାଙ୍କ ଭଣଜା ତ୍ରୀଲୋଚନ ସାଥୁଆ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ତେବେ ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ବାଇକ୍ ଯୋଗେ ଉଭୟଙ୍କୁ ବିନିକା ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ଡାକ୍ତର ଦେଖିବା ପରେ ତ୍ରୀଲୋଚନକୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଅନୁସାରେ ଭଣଜା ତ୍ରୀଲୋଚନ ସାଥୁଆ ମାମୁଁ ଘରକୁ ଆସିଥିଲେ। ତାଙ୍କ ଘର ବରଗଡ଼ ଜିଲ୍ଲା ସାଲେପାଲି ବୋଲି ସୂଚନା ମିଳିଛି। ତେବେ ଏଭଳି ପରିସ୍ଥିତି ଏବଂ ଆକସ୍ମିକ ଅଭାବନୀୟ ଘଟଣାକୁ ଗ୍ରାମବାସୀ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନେଇ ସିଦ୍ଧାର୍ଥ କଲେଜ ଟ୍ରାଫିକ ଛକ ଠାରେ ଉତ୍ତେଜିତ ବ୍ୟକ୍ତି ବିଶେଷ ଗତ ବିଳମ୍ବିତ ରାତିରେ ରାସ୍ତା ଅବରୋଧ କରିବା ସହ ବିଭାଗୀୟ କତୃପକ୍ଷଙ୍କ ଏପରି ଅବହେଳା ଯୋଗୁଁ ଆଜି ବାରହା ଫାସ ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ସଂସ୍ପର୍ଶରେ ଜଣେ ଯୁବକଙ୍କ ଶୋଚନୀୟ ପ୍ରାଣହାନୀ ଘଟିଗଲା ବୋଲି ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହା ସହିତ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ବିନିକା ଡାକ୍ତରଖାନାରେ ମୃତ ତ୍ରିଲୋଚନର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆ ଯାଇଛି। ଏ ସମ୍ପର୍କରେ ବିନିକା ବନ ବିଭାଗ ଅଧିକାରୀ ପ୍ରେମରାଜ ଧରୁଆଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅବଗତ ଥିବା ବେଳେ ଏନେଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି। ସେହିପରି ଘଟଣା ସମ୍ପର୍କରେ ବିନିକା ବିଦ୍ୟୁତ ଉପଖଣ୍ଡ ଅଧିକାରୀ ରଶ୍ମୀରଂଜନ ଜେନାଙ୍କୁ ପଚାରିବାରୁ ଏନେଇ ପ୍ରାରମ୍ଭିକ ଅନୁସନ୍ଧାନ ଜାରୀ ରହିଛି ବୋଲି କହି ଥିବା ବେଳେ ମୃତ ଯୁବକଙ୍କ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରା ଯାଇଛି ବୋଲି ସୂଚନା ଦେଇଛନ୍ତି। ତେବେ ଘଟଣା ସମ୍ପର୍କରେ ଶୀଘ୍ର ତଦନ୍ତ କରି ଉଚିତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଥିବା ବେଳେ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବାକୁ ଜନସାଧାରଣରେ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories