www.samajalive.in
Saturday, December 6, 2025
26.1 C
Bhubaneswar

ପଛକୁ ହଟିବ ଚୀନ; ଏପ୍ରିଲ ମାସର ସ୍ଥିତାବସ୍ଥାକୁ ଫେରିବାକୁ ରାଜି

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚୀନ୍  ବିବାଦ କିଛି ପରିମାଣରେ ସମାଧାନ ହେବ ବୋଲି ଆଶା ସୃଷ୍ଟି ହୋଇଛି । ଚୀନ ଓ ଭାରତ ସୀମାରୁ ପଛକୁ ଫେରିବାକୁ ରାଜି ହୋଇଛନ୍ତି ଓ   ଚୀନ୍ ସେନା ଏପ୍ରିଲ୍ ମାସରେ ଥିବା ଅଞ୍ଚଳକୁ ଫେରିବାକୁ ସମ୍ମତି ଦେଇଥିବା ସୂଚନା ମିଳିଛି ।   ଚୁସୁଲରେ ଅନୁଷ୍ଠିତ ଅଷ୍ଟମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ସମୟରେ ଦୁଇ ଦେଶ ମଧ୍ୟରେ ଏହି ଯୋଜନା ଉପରେ ଆଲୋଚନା କରାଯାଇଥିଲା।  ଆଲୋଚନା ସମୟରେ ଚୀନ୍‌ର ପ୍ରସ୍ତାବ ଉପରେ ଭାରତ ବିଚାର କରୁଛି।  ଯଦି ସବୁକିଛି ଠିକ୍ ହୁଏ, ତେବେ ଉଭୟ ଦେଶ ସୀମାନ୍ତରୁ ପଛକୁ ହଟିବେ ।

ପ୍ରଥମେ ଟ୍ୟାଙ୍କ ଓ ଅସ୍ତ୍ରଶସ୍ତ୍ର ବୋଝେଇ ଗାଡ଼ି ଫେରାଇ ଅଣାଯିବ । ଦ୍ବିତୀୟ ପର୍ଯ୍ୟାୟରେ ସୈନିକମାନେ ଫିଙ୍ଗର ଏରିଆରୁ  ପଛକୁ ଫେରିବେ ଓ ତୃତୀୟ ପର୍ଯ୍ୟାୟରେ ସେନାମାନେ ଏଲଏସିରୁ ପ୍ରତ୍ୟାହାର ହେବେ ।

- Advertisement -

ତେବେ ଚୀନ ସମ୍ମତ ହୋଇଥିବା ଏହି ପ୍ରସ୍ତାବ କେତେ ବିଶ୍ବାସଯୋଗ୍ୟ ତାହାକୁ ନେଇ ସନ୍ଦେହ ରହିଛି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ଏ ସଂକ୍ରାନ୍ତ ଏକ ବୈଠକରେ ଚୀନ ଉପରେ ସମ୍ପୂର୍ଣ୍ଣ ଭରସା କରିବା ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ ବୋଲି କହିଛନ୍ତି । ଚୀନର ଆକ୍ରମଣରେ ୨୦ ଜଣ ଭାରତୀୟ ସୈନିକ ପ୍ରାଣ ହରାଇଛନ୍ତି । ଅବଶ୍ୟ ଭାରତୀୟ ସେନା ଏହାର ଦୃଢ଼ ଜବାବ ଦେଇଛନ୍ତି ଓ ପ୍ରାୟ ୪୦ ଜଣ ଚୀନା ସେନା ମୃତ୍ୟୁବରଣ କରିଥିଲେ । ଏହାପରେ ଚୀନ ସୀମାନ୍ତରେ ବହୁ ପରିମାଣର ସେନା ମୁତୟନ କରିଥିଲା ଓ ଜବାବରେ ଭାରତ ମଧ୍ୟ ୬୦ ହଜାର ସୈନିକଙ୍କୁ ସୀମାନ୍ତକୁ ପଠାଇଥିଲା । ଏପରିକି ବାୟୁସେନା ପକ୍ଷରୁ ମଧ୍ୟ ସୀମାନ୍ତରେ ଯୁଦ୍ଧ ବିମାନ ଓ ନୌସେନା ପକ୍ଷରୁ ଚୀନା ସାଗରରେ ଯୁଦ୍ଧପୋତ ମୁତୟନ କରାଯାଇଥିଲା ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories