ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଡିଆନାଳି ଗାଁରେ ଅଭାବନୀୟ ଘଟଣା ଘଟିଛି । ବୁଧବାର ସକାଳୁ ଜଣେ ଯୁବକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ହେମନ୍ତ ମହାନ୍ତ ବୋଲି ଜଣାପଡିଛି। ସୂଚନା ମୂତାବକ ହେମନ୍ତ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଘର ଠାରୁ ଶହେ ମିଟର ଦୂରରେ ଥିବା ଏକ ସିମାରୁଆ ଚାକୁଣ୍ଡା ଗଛରେ ରଶିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ସକାଳୁ ପରିବାର ଲୋକ ଦେଖିବା ପରେ ପାଟଣା ପୋଲିସକୁ ଖବର ଦେଇଥିଲେ। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।
Comments are closed.