ୟୁପିରେ ଯୋଗୀ ଆଦିତ୍ୟନାଥ ମନ୍ଦିର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ମନ୍ଦିର ନିର୍ମିତ ହୋଇଛି। ଅଯୋଧ୍ୟା ରାମ ଜନ୍ମଭୂମି ସ୍ଥଳ ଠାରୁ ୧୫ କିମି ଦୂରରେ ମସୌଧା ବ୍ଲକର ମୌର୍ଯ୍ୟ ଗ୍ରାମରେ ଏହି ମନ୍ଦିର ତିଆରି ହୋଇଛି। ପ୍ରଭାକର ମୌର୍ଯ୍ୟ ନାମରେ ଜଣେ ବ୍ୟକ୍ତି ଏହାକୁ ନିର୍ମାଣ କରିଛନ୍ତି। ମନ୍ଦିରରେ ଆଦିତ୍ୟନାଥଙ୍କ ମୂର୍ତ୍ତି ସ୍ଥାପନ କରି ଏହାକୁ ପୂଜାର୍ଚ୍ଚନା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ଏହି ମନ୍ଦିର ନିର୍ମାଣ କରିଥିବା ପ୍ରଭାକର କହିଛନ୍ତି।

Comments are closed.