ନୂଆଦିଲ୍ଲୀ: ବାଇକରେ ଟ୍ରାକ୍ଟର ଚକ ଲଗାଯିବା ନିଶ୍ଚିତ ଭାବେ ବିରଳ। ତେବେ ଟ୍ରାକ୍ଟର ଚକ ଲାଗିଥିବା ବାଇକ ରାସ୍ତାରେ ଗଡ଼ୁଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଭିଡିଓରେ ଜଣେ ବ୍ୟକ୍ତି ବାଇକରେ ଟ୍ରାକ୍ଟର ଚକ ଲଗାଇ ଦ୍ରୁତଗତିରେ ଯାଉଥିବା ଦେଖାଯାଇଛି। ବାଇକରେ ହ୍ୟାଣ୍ଡେଲ୍ ସହ ଷ୍ଟିୟରିଂ ମଧ୍ୟ ରହିଛି। ଏପରି ଅଜବ ବାଇକର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ୨ ଲକ୍ଷରୁ ଅଧିକ ବ୍ୟକ୍ତି ଦେଖି ସାରିଛନ୍ତି।
Popular Categories



