ମମତାଙ୍କ କ୍ୟାବିନେଟରେ ବାବୁଲ ସୁପ୍ରିୟ
କଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ରାଜ୍ୟ କ୍ୟାବିନେଟର ସମ୍ପ୍ରସାରଣ କରିଛନ୍ତି । ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳରେ ବିଜେପିର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟଙ୍କୁ ସାମିଲ କରାଯାଇଛି । ବାବୁଲଙ୍କ ବ୍ୟତୀତ ଆଉ ୮ ନୂଆ ନେତାଙ୍କୁ ସାମିଲ କରାଯାଇଛି। ବାବୁଲ ଗତବର୍ଷ ବିଜେପି ଛାଡି ମମତାଙ୍କ ନେତୃତ୍ବ ଟିଏମସିରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ବାବୁଲଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଥିଲା। ୨୦୨୧ରେ କ୍ରମାଗତ ତୃତୀୟ ଥର ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍ସି) ପଶ୍ଚିମବଙ୍ଗରେ କ୍ଷମତାକୁ ଫେରିଥିବାବେଳେ ବୁଧବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ସରକାରରେ ସାମିଲ ହୋଇଥିବା ଅନ୍ୟ ନୂଆ ନେତାମାନେ ହେଲେ ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ୍, ଉଦୟନ ଗୁହ, ପ୍ରଦୀପ ମଜୁମଦାର (କ୍ୟାବିନେଟ ପାହ୍ୟା), ବୀରବାହା ହାଂସଦା, ବିପ୍ଳବ ରାୟଚୌଧୁରୀ, ତାଜମୁଲ ହୋସେନ ଓ ସତ୍ୟଜିତ ବର୍ମନ (ରାଷ୍ଟ୍ରମନ୍ତ୍ରୀ ପାହ୍ୟା)। ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଗିରଫ ହୋଇ ମନ୍ତ୍ରିମଣ୍ଡଳରୁ ବିଦା ହେବା ପରେ ମମତା କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି ।
Comments are closed.