www.samajalive.in
Saturday, December 6, 2025
16.1 C
Bhubaneswar

ମମତାଙ୍କ ଚିକାଗୋ ଗସ୍ତ ବାତିଲ ପାଇଁ ଚାପ ପକାଇଥିଲା ବିଜେପି: ଟିଏମ୍‍ସି

ନୂଆଦିଲ୍ଲୀ : ଚିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ଐତିହାସିକ ବକ୍ତବ୍ୟର ୧୨୫ତମ ବର୍ଷ ପୂର୍ତ୍ତି ଅବସରେ ସେଠାରେ ସେପ୍ଟେମ୍ବର ୧୧ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାରୁ ବଞ୍ଚିତ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଶେଷ ମୁହୁର୍ତ୍ତରେ ସେ ଏହି ଗସ୍ତ କାର୍ଯ୍ୟକ୍ରମ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ଏହା ପଛରେ ଷଡ଼ଯନ୍ତ୍ର ଥିବା ତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‍ସି) ଅଭିଯୋଗ କରିଛି। ଟିଏମ୍‍ସି ମୁଖ୍ୟପାତ୍ର ଡେରେକ ଓ’ବ୍ରିଏନ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମକୁ ମମତାଙ୍କୁ ଆମନ୍ତ୍ରଣ କରାଯାଇଥିଲା; ମାତ୍ର ବିଜେପି ଓ ଆର୍‍ଏସ୍‍ଏସ୍‍ ଏହି ଅବସରରେ ଚିକାଗୋଠାରେ କେବଳ ସେମାନଙ୍କ କାର୍ଯ୍ୟକ୍ରମ ‘ଗ୍ଲୋବାଲ ହିନ୍ଦୁ କଂଗ୍ରେସ’ ହିଁ ଅନୁଷ୍ଠିତ ହେବା ଚାହୁଁଥିଲା। ଏଣୁ ମମତାଙ୍କ କାର୍ଯ୍ୟକ୍ରମ ବାତିଲ ଲାଗି ଆୟୋଜକଙ୍କ ଉପରେ ଚାପ ପାକାଇଥିଲା ବୋଲି ସେ କହିଛନ୍ତି। ଅନ୍ୟପଟେ ଏହି ଗସ୍ତ ଲାଗି ମମତାଙ୍କୁ ଆମେରିକା ପ୍ରଶାସନର ଅନୁମତି ମିଳି ନ ଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories