www.samajalive.in
Saturday, December 6, 2025
26.1 C
Bhubaneswar

ନନ୍‍ଙ୍କ ବିରୋଧରେ ଅବୈଧ ସମ୍ପର୍କ ଅଭିଯୋଗ ଆଣିଲେ ବିଶପ୍‍

ଜଳନ୍ଧର : ବଳାତ୍କାର ଅଭିଯୁକ୍ତ ବିଶପ୍‍ ଫ୍ରାଙ୍କୋ ମୁଲାକ୍କାଲ ପୀଡ଼ିତା ନନ୍‍ଙ୍କ ବିରୋଧରେ ଅବୈଧ ସମ୍ପର୍କ ଅଭିଯୋଗ ଆଣିଛନ୍ତି। ବିଶପ୍‍ଙ୍କ ଅଭିଯୋଗକୁ କନ୍‍ଭେଣ୍ଟର ମଦର ଜେନେରାଲ ରେଜିନା କାଡାମାଥୋଟ୍ଟୁଙ୍କ ପକ୍ଷରୁ ସମର୍ଥନ କରାଯାଇଛି। ବିଶପ୍‍ କହିଛନ୍ତି, ନନ୍‍ ଜଣକ ନିଜର ଜଣେ ସମ୍ପର୍କୀୟଙ୍କ ସହିତ ଅବୈଧ ସମ୍ବନ୍ଧ ରଖିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ଜଳନ୍ଧର ଆସି ତାଙ୍କୁ ମଦର ଜେନେରାଲଙ୍କ ସମ୍ମୁଖରେ ଏହି ସୂଚନା ଦେଇଥିଲେ। ଏପରିକି ସେ ସ୍ୱାମୀଙ୍କୁ ସିଧାସଳଖ ଏ ବିଷୟରେ ପଚାରିବା ସହ ଉଭୟଙ୍କ ମଧ୍ୟରେ ଆଦାନପ୍ରଦାନ ହୋଇଥିବା ବାର୍ତ୍ତା ମଧ୍ୟ ଉପସ୍ଥାପନ କରିଥିଲେ। ନନ୍‍ଙ୍କ ବିରୋଧରେ ଏକ ଆଭ୍ୟନ୍ତରୀଣ ଯାଞ୍ଚ ପରେ ଅସଦାଚରଣ ଅଭିଯୋଗ ପ୍ରମାଣ ହୋଇଥିଲା। ବିବାହ କରିବା ନିମନ୍ତେ ନନ୍‍ ଜଣକ ନନ୍‍ ମଣ୍ଡଳୀ ତ୍ୟାଗ କରିବାକୁ ୨୦୧୭ ମେ’ ୨୬ରେ ନିଷ୍ପତ୍ତି ନେଇଥିଲେ। ଏହି ଘଟଣା ପରେ ମଦର ଜେନେରାଲ ତାଙ୍କୁ ଡକାଇଥିଲେ। ଫଳରେ ନନ୍‍ ନିଜ ଆବେଦନ ପ୍ରତ୍ୟାହାର କରିନେଇଥିଲେ। ବିଶପ୍‍ଙ୍କ ଅଭିଯୋଗକୁ ମଦର ଜେନେରାଲଙ୍କ କାର୍ଯ୍ୟାଳୟ ସମର୍ଥନ କରିଛି। ନନ୍‍ ଜଣକ ଅବୈଧ ସମ୍ପର୍କରେ ଲିପ୍ତ ଥିବା ନେଇ ଅଭିଯୋଗ ମିଳିଥିବା କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମାତ୍ର ପୀଡ଼ିତାଙ୍କୁ ଲଜ୍ଜିତ କରିବାକୁ ଏଭଳି ଅଭିଯୋଗ କରାଯାଇଥିବା ନନ୍‍ଙ୍କ ସମର୍ଥକମାନେ ଦର୍ଶାଇଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories