www.samajalive.in
Saturday, December 6, 2025
14.1 C
Bhubaneswar

ଏସିଆର ଦ୍ୱିତୀୟ ଉନ୍ନତ ବି-ସ୍କୁଲ ଆଇଆଇଏମ୍‍-ଅହମ୍ମଦାବାଦ

ନୂଆଦିଲ୍ଲୀ : ଇଣ୍ଡିଆନ ଇନ୍‍ଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ୍‍)-ଅହମ୍ମଦାବାଦ ଭାରତର ପ୍ରଥମ ଏବଂ ଏସିଆର ଦ୍ୱିତୀୟ ଉନ୍ନତ ବି(ବିଜ୍‍ନେସ)-ସ୍କୁଲ ଭାବେ ପ୍ରମୁଖ ଗଣମାଧ୍ୟମ ଫାଇନାନ୍ସିଆଲ ଟାଇମ୍ସ ପକ୍ଷରୁ ପ୍ରସ୍ତୁତ ତାଲିକାରେ ସ୍ଥାନ ପାଇଛି। ଏହାପଛକୁ ରହିଛି ଆଇଆଇଏମ୍‍-କଲିକତା। ଆଇଆଇଏମ୍‍-ବାଙ୍ଗାଲୋର ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛି। ତେବେ ବିଶ୍ୱସ୍ତରରେ ଆଇଆଇଏମ୍‍-ଅହମ୍ମଦାବାଦ ଓ ଆଇଆଇଏମ୍‍-କଲିକତା ଯଥାକ୍ରମେ ୨୧ ଏବଂ ୨୩ତମ ସ୍ଥାନ ଲାଭ କରିଛନ୍ତି। ବ୍ୟବସାୟିକ ପାଠ୍ୟକ୍ରମ ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରୁଥିବା ପ୍ରାୟ ୧୦୪ଟି ବି-ସ୍କୁଲ୍‍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଚୀନର ସାଙ୍ଘାଇ ଜିଆଓ ଟୋଙ୍ଗ ବିଶ୍ୱବିଦ୍ୟାଳୟ ଏସିଆର ସବୁଠାରୁ ଉନ୍ନତ ବି-ସ୍କୁଲ ଭାବେ ତାଲିକାର ଶୀର୍ଷରେ ରହିଥିବା ବେଳେ ଏଠାକାର ଅନ୍ୟ ଏକ ଶିକ୍ଷାନୁଷ୍ଠାନ ସ୍କେମା ବିଜ୍‍ନେସ୍‍ ସ୍କୁଲ ଚତୁର୍ଥ ସ୍ଥାନରେ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories