www.samajalive.in
Monday, December 15, 2025
15.1 C
Bhubaneswar

ପଶ୍ଚିମବଙ୍ଗ: ଆନ୍ଦୋଳନକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଧମକ ଦେଲେ ମମତା

କଲକାତା: ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ହିଂସାତ୍ମକ ରୂପ​‌ ନେଇଛି। ବିକ୍ଷୋଭକାରୀମାନେ ଷ୍ଟେଶନରେ ନିଆଁ ଲଗାଇବା ସହିତ ବସ୍‌ ପୋଡ଼ାଜଳା କରୁଛନ୍ତି। ହିଂସା କ୍ରମଶଃ ବୃଦ୍ଧି ପାଉଥିବାରୁ ଏ ଦିଗରେ ଦୃଢ଼  କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଚେତାବନୀ ଦେଇଛନ୍ତି। ମମତା ନିଜେ ଏହି ଆଇନକୁ ବିରୋଧ କରୁଥିବାବେଳେ ଆନ୍ଦୋଳନକାରୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ପରାମର୍ଶ ଦେଇଛନ୍ତି।

ମମତା ଆନ୍ଦୋଳନକାରୀମାନଙ୍କୁ କହିଛନ୍ତି, ଆଇନକୁ ନିଜ ହାତକୁ ନିଅ ନାହିଁ। ରାସ୍ତା ଏବଂ ରେଳପଥକୁ ବନ୍ଦ କରନ୍ତୁ ନାହିଁ। ଏହାଦ୍ବାରା ଜନସାଧାରଣ ସମସ୍ୟାରେ ପଡୁଛନ୍ତି। ସରକାରୀ ସମ୍ପତ୍ତିକୁ ନଷ୍ଟ କରନ୍ତୁ ନାହିଁ। ଏଭଳି କାର୍ଯ୍ୟ କଲେ ଆନ୍ଦୋଳନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହିତ ସେ କହିଛନ୍ତି, ଏନଆରସି ଏବଂ ନାଗରିକତା ଆଇନକୁ ରାଜ୍ୟରେ ଲାଗୁ କରାଯିବ ନାହିଁ। ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ନ କରିବାକୁ ମମତା ଆନ୍ଦୋଳନକାରୀଙ୍କୁ ନିବେଦନ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଆସାମ, ତ୍ରିପୁରା ପରେ ପଶ୍ଚିମବଙ୍ଗରେ ନାଗରିକତା ଆଇନକୁ କଡ଼ା ବିରୋଧ କରାଯାଉଛି। ଶୁକ୍ରବାର ବିକ୍ଷୋଭକାରୀମାନେ ମୁର୍ଶିଦାବାଦରେ ଏକ ରେଳ ଷ୍ଟେଶନରେ ନିଆଁ ଲଗାଇ ଦେଇଥିଲେ। ଏହାବ୍ୟତୀତ ସେମାନେ ରାସ୍ତା ଏବଂ ରେଳପଥକୁ ଅବରୋଧ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories