www.samajalive.in
Monday, December 15, 2025
15.1 C
Bhubaneswar

ମମତାଙ୍କ ଅଭିଯୋଗ: ହତ୍ୟା ପାଇଁ ସୁପାରି ଦିଆଯାଇଥିଲା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଭିନ୍ନ ରାଜନୈତିକ ଦଳ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି। ତାଙ୍କୁ ହତ୍ୟା କରିବା ଲାଗି କେତେକ ରାଜନୈତିକ ଦଳ ଉଦ୍ୟମ କରୁଥିବା ବେଳେ ଏକ ନିର୍ଦିଷ୍ଟ ଦଳ ଏ ନେଇ ସୁପାରି ଦେଇଥିଲା ବୋଲି ସେ କହିଛନ୍ତି। ଏପରିକି ତାଙ୍କୁ ହତ୍ୟା କରିବା ଉଦ୍ୟମରେ କେତେକ ଲୋକ ତାଙ୍କ ବାସଭବନ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ଏହି କାରଣରୁ ଘର ପରିବର୍ତ୍ତନ କରିବାକୁ ପୁଲିସ ତାଙ୍କୁ କହିଥିଲା। ଏହା ପୂର୍ବରୁ ମଧ୍ୟ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ବୋଲି ୬୩ ବର୍ଷ ବୟସ୍କ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ଏକ ଗଣମାଧ୍ୟମ ସହିତ ସାକ୍ଷାତକାର ବେଳେ କହିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଏକ ମହଲା ବିଶିଷ୍ଟ ଏକ ବଙ୍ଗଳାରେ ରହିଆସୁଥିବା ମମତା ଆହୁରି କହିଛନ୍ତି ଯେ ହତ୍ୟା ଉଦ୍ୟମ ସମ୍ବନ୍ଧୀୟ ସୂଚନା ଗୁପ୍ତ ସୂତ୍ରରୁ ଜାଣିବା ପରେ ଗୁଇନ୍ଦା ବିଭାଗ ତାଙ୍କୁ ସରକାରୀ ବାସଭବନକୁ ତୁରନ୍ତ ଚାଲିଯିବାକୁ କହିଥିଲା। ମୃତ୍ୟୁ ପ୍ରତି ତାଙ୍କର ଭୟ ନାହିଁ। ତାଙ୍କ ଅବର୍ତ୍ତମାନରେ କିଏ ସରକାର ଏବଂ ଦଳ ଚଳାଇବେ ତାହା ସେ ନିଜ ଇଚ୍ଛାପତ୍ରରେ ଉଲ୍ଲେଖ କରି ରଖିଛନ୍ତି। ଦେଶବ୍ୟାପୀ ୧୨,୦୦୦ କୃଷକ ଆତ୍ମହତ୍ୟା କରିଥିବା ବେଳେ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଭୟ ବିଜେପି ଏବଂ ସିପିଆଇଏମ୍‍ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories