ମାଲେସିଆ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରୁ ୨୦୪ କୋଟି ଟଙ୍କା ଜବତ
କୁଆଲାଲାମ୍ପୁର : ଦୁର୍ନୀତି ମାମଲାରେ ଫସିଥିବା ମାଲେସିଆ ପୂର୍ବତନ ପ୍ରଧାନମନ୍ତ୍ରୀ ନଜିବ ରଜାକଙ୍କ ଏକ ଆପାର୍ଟମେଣ୍ଟରୁ ପୁଲିସ୍ ୩୦ ନିୟୁତ ଡଲାର (ପାଖାପାଖି ୨୦୪ କୋଟି ଟଙ୍କା) ଜବତ କରିଛି। ଏହାବାଦ୍ ସେଠାରୁ ପୁଲିସ୍ ୨୮୪ଟି ବାକ୍ସ ଜବତ କରିଛି। ଏହି ବାକ୍ସଗୁଡ଼ିକରୁ ଅନେକ ବ୍ରାଣ୍ଡେଡ୍ ବ୍ୟାଗ, ନଗଦ ଏବଂ ଦାମୀ ହାତଘଡ଼ି ମିଳିଛି। ପ୍ରକାଶ ଯେ ମଇ ପ୍ରଥମ ସପ୍ତାହରେ ମାଲେସିୟା ସାଧାରଣ ନିର୍ବାଚନ ଫଳ ପ୍ରକାଶ ପାଇଥିଲା। ଏଥିରେ ପରାଜିତ ହୋଇ ରଜାକଙ୍କ ଦଳ ଗାଦିଚ୍ୟୁତ୍ ହୋଇଛି। ପୂର୍ବତନ ପ୍ରଧାମନ୍ତ୍ରୀ ମହାତିର ମୋହମ୍ମଦଙ୍କ ନେତୃତ୍ୱାଧୀନ ନ୍ୟାନସାଲ ପ୍ରଣ୍ଟ ମେଣ୍ଟ ବିଜୟୀ ହୋଇ ସରକାର ଗଠନ କରିଛି। ନୂତନ ସରକାର ପୂର୍ବତନ ପ୍ରଧାନନ୍ତ୍ରୀ ରଜାକଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏ କ୍ରମରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ରଜାକଙ୍କ ବଭିନ୍ନ ସ୍ଥାନରେ ଥିବା ଘର, ଦଳୀୟ କାର୍ଯ୍ୟାଳୟ, ଆପାର୍ଟମେଣ୍ଟ ଓ ସମ୍ପର୍କୀୟଙ୍କ ଘର ଉପରେ ପୁଲିସ୍ ଚଢଉ ଜାରି ରଖିଛି। କୁହାଯାଉଛି ଯେ ରଜାକଙ୍କ ଘରୁ ଜବତ ବାକ୍ସକୁ ୫ଟି ଟ୍ରକ୍ରେ ବୋଝେଇ କରି ଥାନାକୁ ନିଆଯାଇଛି। ରଜାକଙ୍କ ଘରୁ ୨୬ ଦେଶର ପ୍ରଚଳିତ ଅର୍ଥ ମିଳିଛି। ମାଲେସିଆ ପୁଲିସ୍ ମାଣିଜ୍ୟ ଅପରାଧ ପ୍ରମୁଖ ଅମର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପ୍ରକାଶ ଯେ ମାଲେସିୟାରେ ମଇ ୯ରେ ନିର୍ବାଚନ ହୋଇଥିଲା। ୧୦ ମଇରେ ଫଳ ପ୍ରକାଶ ପାଇଥିଲା। ରଜାକଙ୍କ ନେତୃତ୍ୱାଧୀନ ମେଣ୍ଟ ଏଥିରେ ପରାଜୟ ବରଣ କରିଛି। ମାଲେସିଆର ନୂଆ ସରକାର ତତ୍କାଳ ପ୍ରଭାବରେ ରଜାକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଦେବା ସହ ଦେଶ ଛାଡ଼ି ଅନ୍ୟତ୍ର ଯିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।