www.samajalive.in
Saturday, December 6, 2025
16.1 C
Bhubaneswar

ଘରେ ବର୍ଷା ପାଣି, ହନ୍ତସନ୍ତ ଲୋକେ: ସ୍ଥାୟୀ ସମାଧାନ ଦାବିରେ ରାସ୍ତାରୋକ୍

ମାଲକାନଗିରି: ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ହନ୍ତସନ୍ତ ଗ୍ରାମବାସୀ। ଘରେ ବର୍ଷା ଜଳ ପଶିଯିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି  ହାଟପଦା ସାହିର ଲୋକେ । ତେଣୁ ଏହାର ସ୍ଥାୟୀ ସମାଧାନ ଦାବିରେ ଲୋକେ ରାଜରାସ୍ତା ଅବରୋଧ କରିଛନ୍ତି। ଏହି ସାହିର ପାର୍ଶ୍ଵରେ ବାଲି ସାଗର ବନ୍ଧ ରହିଛି। ତେଣୁ ବର୍ଷା ହେଲେ ଜଳ ନିଷ୍କାସନ ହୋଇନପାରି ଘର ଭିତରକୁ ବର୍ଷା ପାଣି ପଶିଯାଉଛି।  ଫଳରେ ଅନେକ କଛା ଘର ନଷ୍ଟ ହେଉଛି । ଏଠାରେ ରହୁଥିବା ଅନେକ ଗରିବ ଶ୍ରେଣୀର ଲୋକେ ପ୍ରତିବର୍ଷ ଏପରି ସମସ୍ୟା ଭୋଗୁଥିବା ସହ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଲୋକେ ବିଭିନ୍ନ ରୋଗର ସାମ୍ନା କରୁଛନ୍ତି। କିନ୍ତୁ ପୌର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ଯାହାକୁ ନେଇ ସ୍ଥାୟୀ ସମାଧାନ ଦାବିରେ ଲୋକେ ଜିଲ୍ଲା ସଦର ଦେଇ ଯାଇଥିବା ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ନିର୍ଧୁମ ବର୍ଷା ସତ୍ୱେ ବସ ଷ୍ଟାଣ୍ଡ ନିକଟରେ ଏହି ଅବରୋଧ ଯୋଗୁଁ ଯାତାୟାତରେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories