www.samajalive.in
Monday, December 15, 2025
16.1 C
Bhubaneswar

ଘରେ ବର୍ଷା ପାଣି, ହନ୍ତସନ୍ତ ଲୋକେ: ସ୍ଥାୟୀ ସମାଧାନ ଦାବିରେ ରାସ୍ତାରୋକ୍

ମାଲକାନଗିରି: ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ହନ୍ତସନ୍ତ ଗ୍ରାମବାସୀ। ଘରେ ବର୍ଷା ଜଳ ପଶିଯିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି  ହାଟପଦା ସାହିର ଲୋକେ । ତେଣୁ ଏହାର ସ୍ଥାୟୀ ସମାଧାନ ଦାବିରେ ଲୋକେ ରାଜରାସ୍ତା ଅବରୋଧ କରିଛନ୍ତି। ଏହି ସାହିର ପାର୍ଶ୍ଵରେ ବାଲି ସାଗର ବନ୍ଧ ରହିଛି। ତେଣୁ ବର୍ଷା ହେଲେ ଜଳ ନିଷ୍କାସନ ହୋଇନପାରି ଘର ଭିତରକୁ ବର୍ଷା ପାଣି ପଶିଯାଉଛି।  ଫଳରେ ଅନେକ କଛା ଘର ନଷ୍ଟ ହେଉଛି । ଏଠାରେ ରହୁଥିବା ଅନେକ ଗରିବ ଶ୍ରେଣୀର ଲୋକେ ପ୍ରତିବର୍ଷ ଏପରି ସମସ୍ୟା ଭୋଗୁଥିବା ସହ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଲୋକେ ବିଭିନ୍ନ ରୋଗର ସାମ୍ନା କରୁଛନ୍ତି। କିନ୍ତୁ ପୌର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ଯାହାକୁ ନେଇ ସ୍ଥାୟୀ ସମାଧାନ ଦାବିରେ ଲୋକେ ଜିଲ୍ଲା ସଦର ଦେଇ ଯାଇଥିବା ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ନିର୍ଧୁମ ବର୍ଷା ସତ୍ୱେ ବସ ଷ୍ଟାଣ୍ଡ ନିକଟରେ ଏହି ଅବରୋଧ ଯୋଗୁଁ ଯାତାୟାତରେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories