www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ; ଷ୍ଟଣ୍ଟ କରି କୁମ୍ଭୀର ପାଟିରେ ମୁଣ୍ଡ ଭର୍ତ୍ତି କଲେ ବ୍ୟକ୍ତି, ଆଉ ତା’ପରେ…

ନୂଆଦିଲ୍ଲୀ : କୁହାଯାଏ, ହିଂସ୍ର ଜଙ୍ଗଲୀ ଜୀବଜନ୍ତୁଙ୍କୁ ପୋଷା ଭାବି ସେମାନଙ୍କ ସହ ଲାଗିବା ଭୁଲରେ ମଧ୍ୟ ଉଚିତ୍‌ ନୁହେଁ । ଏହାର ଫଳ ସର୍ବଦା ଭୟଙ୍କର ହୋଇଥାଏ । ନିକଟରେ ସୋସିଆଲ ମିଡିଆରେ ସେଭଳି ହିଁ ଏକ ଭିଡିଓ ବେଶ ଭାଇରାଲ୍‌ ହେଉଛି । ଅନେକ ସମୟରେ ଫିଲ୍ମ କିମ୍ବା ଶୋ’ରେ ହିଂସ୍ର ଜନ୍ତୁଙ୍କ ସହ ଅନେକ ଷ୍ଟଣ୍ଟ କରୁଥିବା ଦେଖାଯାଏ । ଏହି ଭିଡିଓ ମଧ୍ୟ ସେଭଳି ଏକ ଉଦାହରଣ, କିଛି ଲୋକେ ଜାଣତରେ ଅଜାଣତରେ କରୁଥିବା ଭୁଲ୍‌ ପାଇଁ ନିଜ ଜୀବନକୁ ବିପଦରେ ପକାଇ ଥାଆନ୍ତି । ଭାଇରାଲ୍‌ ହେଉଥିବା ଭିଡିଓଟି କୁମ୍ଭୀର ଓ ଜଣେ ବ୍ୟକ୍ତିର।


ଭିଡିଓରେ ଦେଖିପାରିବେ ଜଣେ ବ୍ୟକ୍ତି ଏକ କୁମ୍ଭୀର ସହ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ମାତ୍ର କିଛି ସମୟ ମଧ୍ୟରେ ଯାହା ହେଉଛି, ତାହା ଦେଖି ଭୟଭୀତ ଲାଗିବ । ବ୍ୟକ୍ତି ଜଣକ ହାତରେ କୁମ୍ଭୀର ପାଟିକୁ ଖୋଲି ରଖି ନିଜ ମୁଣ୍ଡକୁ କୁମ୍ଭୀର ପାଟିରେ ଭର୍ତ୍ତି କରି ଷ୍ଟଣ୍ଟ କରିବାକୁ ଚେଷ୍ଟା କରିଛନ୍ତି । ମାତ୍ର ସେହି ସମୟରେ କୁମ୍ଭୀର ନିଜର ପାଟି ବନ୍ଦ କରି ଦେଉଛି, ବ୍ୟକ୍ତିଙ୍କ ମୁଣ୍ଡ କୁମ୍ଭୀର ପାଟି ଭିତରେ ରହି ଯାଉଛି।
ସୋସିଆଲ ମିଡିଆ ଏକ୍ସରେ ଏହି ଭିଡିଓ ଶେୟାର କରାଯାଇଛି । ଏହାଦେଖି ସେଠାରେ ଥିବା ବ୍ୟକ୍ତି ବିଶେଷ ଚକିତ ହୋଇ ଭୟଭୀତ ହେବା ସହ ତୁରନ୍ତ ତାଙ୍କ ଜୀବନ ବଞ୍ଚାଇବାକୁ ଦୌଡି ଥିଲେ। ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ରବିବାର ଗୁରୁ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ ;ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ବଡ ସଫଳତା..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories