www.samajalive.in
Sunday, December 14, 2025
26.1 C
Bhubaneswar

ବଡ ସଫଳତା ; ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି : ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ଶୁକ୍ରବାର ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ଦୁଇ ଏସିଏମ କ୍ୟାଡର ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ମାଲକାନଗିରି ପୁଲିସ। କୋରାପୁଟରୁ ଏମାନେ ଖସି ପଳାଇ ଆସିଥିବା ବେଳେ ମାଲକାନଗିରି ପୁଲିସ ହାତରେ ଧରା ପଡିଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସୋଡ଼ିଗୁଡା ନିକଟରୁ ହାର୍ଡକୋର ମାଓବାଦୀ ଗିରଫ ହୋଇଛନ୍ତି। ଗିରଫ ମାଓବାଦୀମାନେ ହେଲେ ରାକେଶ କୁଞ୍ଜାମ ଓ କେଶା କବାସି।

ଏମାନେ ମାଓବାଦୀଙ୍କ ଏଓବି ଅର୍ଥାତ୍ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଗିରଫ ଦୁଇ ମାଓବାଦୀଙ୍କ ନିଜ ଘର ଛତିଶଗଡ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ବୋଲି ଜଣାପଡିଛି । ସେମାନଙ୍କ ପାଖରୁ ଦୁଇଟି ରିଭଲଭର ସହ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ମାଲକାନଗିରି ଓ କୋରାପୁଟ ସହ ଛତିଶଗଡ ସୁକୁମା ଜିଲ୍ଲାର କାଙ୍ଗେରଘାଟି ଏରିଆ କମିଟିରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ଏମାନେ । ଦୁଇ ଜଣଙ୍କ ନାମରେ ଚାରି ଚାରି ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଡିଭିଏଫ ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି।

ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ.. ଏକାଠି ହେଲେ ଶୁକ୍ର-ଶନି ; ଏହି ରାଶିଙ୍କ ଖୋଲିବେ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ହେବେ କୋଟିପତି..

- Advertisement -

ଅହମଦାବାଦ ବିମାନ ଦୁର୍ଘଟଣାରେ କେମିତି ବର୍ତ୍ତିଗଲେ ବିଶ୍ୱାସ ; କହିଲେ ଛାତିଥରା କାହାଣୀ

ଅହମଦାବାଦ ବିମାନ ଦୁର୍ଘଟଣା ; ରିକ୍ସା ଚଲାଇ ଝିଅକୁ ପଢାଇଥିଲେ ପାଠ, କମ୍ପାନୀ କାମରେ ଯାଉଥିଲେ ଲଣ୍ଡନ,ହେଲେ ସବୁକିଛି ବଦଳିଗଲା

 

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories