ବିଏସଏଫ ତରଫରୁ ଦେୟମୁକ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକ ଅଣ୍ଡ୍ରାହାଲ ପଞ୍ଚାୟତର ବଣ୍ଡାଘାଟି ଠାରେ ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି, କୋରାପୁଟ ଡ଼ିଆଇଜି ମଦନ ଲାଲ, ୬୫ ବିଏସଏଫ ବାଟାଲୀୟନ କମାଣ୍ଡିଙ୍ଗ ଅଫିସର ଟି ଏନ ରେଡ୍ଡୀଙ୍କ ତତ୍ୱାବଧାନରେ ଏକ ବିଶାଳ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହେଇଯାଇଛି। ବିଏସଏଫ ଆଇଜି ଲୋକମାନଙ୍କୁ ସମ୍ବୋଧିତ କରିବା ସମୟରେ ଲୋକମାନଙ୍କର ସୁରକ୍ଷା ଏବଂ ବିଏସଏଫର କାମ କରିବାର ଶୈଳୀକୁ ଜନସାଧାରଣଙ୍କ ଆଗରେ ବଖାଣି ଥିଲେ।

ଅଣ୍ଡାରହଲ ଏବଂ ମୁଦୁଲି ପଡ଼ାରେ ବିଏସଏଫ କ୍ୟାମ୍ପ ହେବା ପର ଠାରୁ ଲୋକମାନଙ୍କ ଭୟ ଏବଂ ଆତ୍ମନିର୍ଭର ଉଜାଗର ହୋଇଛି ଏବଂ ବିଏସଏଫ ଅଧିକାରୀ ଏବଂ ଯବାନମାନଙ୍କ ଅକ୍ଲାନ୍ତ ଚେଷ୍ଟା ଫଳରେ ଲୋକମାନଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ସେ ପ୍ରକାଶ କରିଥିଲେ। ଆଜି ମେଡ଼ିକାଲ କ୍ୟାମ୍ପରେ ଚିକିତ୍ସା ଏବଂ ସ୍ୱାସ୍ତ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବଣ୍ଟନ ସହ କପଡା, ସାନିଟାରୀ ଉପକରଣ ଓ ଖେଳ ସାମଗ୍ରୀ ଆଦି ୨୦୦ ଗ୍ରାମବାସୀ ଓ ଛାତ୍ରମାନଙ୍କୁ ବଣ୍ଟା ଯାଇଛି।

Comments are closed.