www.samajalive.in
Saturday, December 6, 2025
15.1 C
Bhubaneswar

ମାଲକାନଗିରିରେ ପ୍ରବଳ ବର୍ଷା କାରଣରୁ ପରିସ୍ଥିତି ବେହାଲ

ମାଲକାନଗିରି : ମାଲକାନଗିରିରେ ଲଘୁଚାପ ଜନିତ ବର୍ଷା କାରଣରୁ ଗୁରୁବାର ଠାରୁ ପରିସ୍ଥିତି ବେହାଲ ହୋଇଛି। ପୋଟେରୁ ଓ କୋଲାବ ନଦୀର ତଳି ଅଞ୍ଚଳରେ ଥିବା ବନ୍ୟା ପ୍ରଭାବିତ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହାସହ ୫ଟି ଅସ୍ଥାୟୀ ବାତ୍ୟାସ୍ଥଳ ଖୋଲା ଯାଇଥିବା ବେଳେ ଓଡ଼୍ରାଫ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଲଗାଣ ବର୍ଷାରେ କାଲିମେଳା ବ୍ଲକ କାଙ୍ଗୁରୁକୋଣ୍ଡା ଠାରେ ନଦୀ ଉପରେ ୫ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମୋଟୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ପୋଟେରୁ, କନ୍ୟାଶ୍ରମ ଠାରେ ପୋଟେରୁ ନଦୀ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଏହି ପୋଲ ଉପରେ ମଧ୍ୟ ୩ ଫୁଟ ଜଳ ପ୍ରବାହିତ ହେଉଛି। ବର୍ତ୍ତମାନ ସୁଦ୍ଧା ୮୨୦ ମି.ମି ବର୍ଷା ରେକର୍ଡ଼ ହୋଇଥିବା ଜିଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ମାଥିଲି ଓ ପଡ଼ିଆ ବ୍ଲକରେ ସର୍ବାଧିକ ୧୧୭ମି.ମି ବର୍ଷା ରେକର୍ଡ଼ କରାଯାଇଛି। ସମସ୍ତ ବ୍ଲକର ବିଡ଼ିଓ ତହସିଲଦାରଙ୍କୁ ସଜାଗ ରହିବାକୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories