www.samajalive.in
Friday, December 5, 2025
20.1 C
Bhubaneswar

କାଶ୍ମୀର ପ୍ରସଙ୍ଗରେ ପୁଣି କହିଲେ ଟ୍ରମ୍ପ: ମୋଦୀ ଚାହିଁଲେ କରିବି ମଧ୍ୟସ୍ଥତା

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାକୁ ନେଇ ମୁହଁ ଖୋଲିଛନ୍ତି। ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ମଧ୍ୟସ୍ଥତାର ନିଷ୍ପତ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଅଛି। ଭାରତ ଓ ପାକିସ୍ତାନ ଚାହିଁଲେ ମୁଁ ଏହି ପ୍ରସଙ୍ଗରେ ନିଶ୍ଚୟ ହସ୍ତକ୍ଷେପ କରିବି। ମୋଦୀ ଓ ଇମ୍ରାନ ଖାନ ମିଳିତ ଭାବେ ବହୁତ ଭଲ କାମ କରିପାରିବେ ବୋଲି ମୁଁ ଆଶା କରୁଛି।
ସୂଚନାଯୋଗ୍ୟ ୧୦ ଦିନ ତଳେ ଜୁଲାଇ ୨୨ରେ ୱାଶିଂଟନଠାରେ ଇମ୍ରାନ ଖାନଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମତ ରଖିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ କହିଥିଲେ। ଇମ୍ରାନ ମଧ୍ୟ ଟ୍ରମ୍ପଙ୍କୁ ମଧ୍ୟସ୍ଥତା କରିବାକୁ କହିଥିଲେ। ସେତେବେଳେ ଭାରତ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିଥିଲା। ଭାରତ କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ସବୁବେଳେ ବିରୋଧ କରିଆସୁଛି। ପ୍ରଧାନମନ୍ତ୍ରୀ ମୋଦୀ କେବେ କେହି କାଶ୍ମୀର ଉପରେ ମଧ୍ୟସ୍ଥତା କରନ୍ତୁ ବୋଲି କହିନାହାନ୍ତି ବୋଲି ଭାରତ ବିଦେଶ ମନ୍ତ୍ରାଳୟ ଏବଂ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ।

ତେବେ ଗୁରୁବାର ଟ୍ରମ୍ପଙ୍କୁ ଏହି ପ୍ରସଙ୍ଗରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ ମୁଁ ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲି। ମୋଦୀ ଏବଂ ଇମ୍ରାନ ଭଲ ଲୋକ ବୋଲି ମୁଁ ଅନୁଭବ କରୁଛି। ତେଣୁ ଉଭୟ ଏକାଠି ଭଲ କାମ କରିବେ ବୋଲି ମୁଁ ଆଶା କରୁଛି। ଭାରତ ଓ ପାକିସ୍ତାନ ଚାହିଁଲେ ମୁଁ ନିଶ୍ଚୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବି।

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories