www.samajalive.in
Saturday, December 6, 2025
23.1 C
Bhubaneswar

କାଶ୍ମୀରକୁ ଗଲେ ଆଉ ୨୫ ହଜାର ଯବାନ, ସ୍ଥଳ ଓ ବାୟୁ ସେନାକୁ ହାଇଆଲର୍ଟ ନିର୍ଦେଶ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରକୁ ଆଉ ୨୫ ହଜାର ଯବାନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ସକାଳୁ ଯବାନମାନେ ଘାଟିରେ ପହଞ୍ଚୁଛନ୍ତି। ଏଥିପାଇଁ ବାୟୁସେନାର ଗ୍ଲୋବମାଷ୍ଟର ବିମାନର ସହାୟତା ନିଆଯାଉଛି। ଶୁକ୍ରବାର କେନ୍ଦ୍ର ସରକାର ସ୍ଥଳ ଏବଂ ବାୟୁ ସେନାକୁ ହାଇଅଲର୍ଟରେ ରହିବାକୁ ନିର୍ଦେଶ ଦେଇଛନ୍ତି। ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ସୁରକ୍ଷା ବ୍ୟସ୍ଥାର ସମୀକ୍ଷା ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି। ଘାଟିରେ ହଲଚଲ ମଧ୍ୟରେ କିଛି ବଡ଼ ଘଟଣା ଘଟିବ ବୋଲି ଆକଳନ କରାଯାଉଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ କେତେକ ଦର୍ଘା, ମସଜିଦ ଏବଂ ଅଦାଲତରୁ ସୁରକ୍ଷା ପ୍ରତ୍ୟାହାର କରିନିଆଯାଉଛି। ଏଗୁଡ଼ିକରେ ମୁତୟନ ଯବାନଙ୍କୁ ନିଜ ଜିଲା ପୁଲିସ୍‍ ଲାଇନରେ ରିପୋର୍ଟ କରିବାକୁ କୁହାଯାଇଛି। ଅମରନାଥ ଯାତ୍ରାର ସୁରକ୍ଷାରେ ମୁତୟନ ଯବାନଙ୍କୁ ଅନ୍ୟତ୍ର ପଠାଯାଉଛି। ଏହାସହ ରାଜ୍ୟରେ ଅମରନାଥ ଯାତ୍ରାକୁ ଅଗଷ୍ଟ ୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସରକାର ଖରାପ ପାଣିପାଗ ଯୋଗୁଁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି ବୋଲି କହିଛନ୍ତି। କିନ୍ତୁ ପାଣିପାଗ ବିଭାଗ ଏଭଳି କିଛି ବଡ଼ ପରିବର୍ତ୍ତନର ପୂର୍ବାନୁମାନ କରିନାହିଁ।
ମୋଦୀ ସରକାର ପ୍ରାୟ ସପ୍ତାହେ ତଳେ ଜାମ୍ମୁ କାଶ୍ମୀରକୁ ୧୦ ହଜାର ଅତିରିକ୍ତ ଯବାନ ପଠାଇଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜାମ୍ମୁ କାଶ୍ମୀର ଗସ୍ତରୁ ଫେରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସେତେବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଘାଟିରେ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ସୁରକ୍ଷା ବଳକୁ ମୁତୟନ କରାଯାଇଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories