www.samajalive.in
Saturday, December 6, 2025
17.1 C
Bhubaneswar

ମାଲକାନଗିରି ଗଣଦୁଷ୍କର୍ମ; ୪ ଗିରଫ

ମାଲକାନଗିରି : ମାଲକାନଗିରିରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି । ଟ୍ରକ୍‌ ଚାଳକ ସହ ଆଉ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ନେଇ ମଙ୍ଗଳବାର ଖବର ସାମ୍ନାକୁ ଆସିଛି । ପୀଡ଼ିତା ଜଣକ ପୃଥକ ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଥିଲେ । ବିଜାଘାଟି ନିକଟରୁ ନାବାଳିକାଙ୍କୁ ଆଦର୍ଶ ଥାନା ପୁଲିସ ଉଦ୍ଧାର କରିଥିଲା ।
ସୂଚନାନୁଯାୟୀ, ରବିବାର ସନ୍ଧ୍ୟାରେ ସାଙ୍ଗର ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ନାବାଳିକା ଜଣକ ଯାଇଥିଲେ । ମାତ୍ର ରାତିରେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ପୁଲିସ ନାବାଳିକାକୁ ଉଦ୍ଧାର କରି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ମାଲକାନଗିରି ଏସପି ଘଟଣାକୁ ଗଣଦୁଷ୍କର୍ମ ବୋଲି ସୂଚନା ଦେବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ପୀଡିତାଙ୍କ ବୟାନ ରେକର୍ଡ କରାଯିବା ସହ ଅଧିକରୁ ଅଧିକ ତଦନ୍ତ ଜାରି ରହିଛି।

୧୨ ବର୍ଷ ପରେ ଦୁର୍ଲ୍ଲଭ ଯୋଗ : ଏକାଠି ହେବେ ବୃହସ୍ପତି-ଶୁକ୍ର, ଏହି ରାଶି ହେବେ ମାଲାମାଲ୍‌, ବିବାହ ଠାରୁ ଚାକିରି ସବୁଥିରେ ମିଳିବ ବଡ ସଫଳତା..

ଦେଖନ୍ତୁ ଭିଡିଓ ; ରାସ୍ତାରେ କାର୍‌ ଚଲାଇ ଉତ୍ପାତ କଲେ ନାବାଳକ, ତା’ପରେ ଯାହା ହେଲା..

- Advertisement -

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories